Home ଜିଲ୍ଲା ପରିକ୍ରମା ବିଜେଡ଼ି ଛାଡ଼ି ବିଜେପିକୁ ଆସିଲେ ନାରାୟଣ, ନାରାୟଣଙ୍କ ଘରବାହୁଡ଼ା – ସଭାପତି

ବିଜେଡ଼ି ଛାଡ଼ି ବିଜେପିକୁ ଆସିଲେ ନାରାୟଣ, ନାରାୟଣଙ୍କ ଘରବାହୁଡ଼ା – ସଭାପତି

27

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜଣେ ପୁରୁଖା ନେତା ତଥା ମା’ ଭଦ୍ରକାଳୀ ମଣ୍ଡଳର ମଣ୍ଡଳ ସଭାପତି ନାରାୟଣ ସେନାପତି ବିଜେଡ଼ି ଛାଡ଼ି ପୁଣି ବିଜେପିକୁ ଫେରିଛନ୍ତି । ଯାହାକୁ ତାଙ୍କର ଘରବାହୁଡ଼ା ବୋଲି ବ୍ୟକ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ । ନାରାୟଣ ପୂର୍ବରୁ ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣକୁ ନେଇ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ମାତ୍ର ବିଜେଡ଼ି ଦଳର ନେତୃମଣ୍ଡଳୀ ଏବଂ କର୍ମକର୍ତ୍ତାଙ୍କ ହାବଭାବ, ନୀତିଗତି ତାଙ୍କୁ ଭଲ ନଲାଗିବାରୁ ସେ ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରାଜ୍ୟ ପାର୍ଟି ଅଫିସରେ ରାଜ୍ୟ କର୍ମକର୍ତ୍ତା, ରାଜ୍ୟ ସଭାପତି, ଭଦ୍ରକ ଜିଲ୍ଲା ସଭାପତି ଏବଂ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ପୁଣି ବିଜେପି ଟୋପି ପିନ୍ଧିଛନ୍ତି । ଏ ନେଇ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ କହନ୍ତି ବିଜେପି କଥା କମ୍ କାମ ବେଶୀ କରିଥାଏ । ମିଛ ଶୁଣାକଥା, ମିଛ ପ୍ରତିଶୃତି, ଧୂଆଁବାଣକୁ ଭରସା କରି ବିଜେଡ଼ି ଦଳକୁ ଯେଉଁମାନେ ଯାଇଛନ୍ତି ସେମାନେ ପୁଣି ବିଜେପିକୁ ଘରବାହୁଡ଼ା କରିବା ନିଶ୍ଚିତ । ବିଜେଡ଼ି ଯେ କେବଳ କଥାକୁହା କପିଳା ତାହା ଲୋକେ ବେଶ୍ ଜାଣି ସାରିଲେଣି । ଏଇ ମିଶ୍ରଣ ପର୍ବ ଆରମ୍ଭ ହେଲା । ଆଗକୁ ଆହୁରି ବହୁ ନେତା ଘରବାହୁଡ଼ା କରିବାକୁ ଥିବା ବେଳେ କିଛି ପ୍ରମୁଖ ବିଜେଡ଼ି ନେତା ମଧ୍ୟ ବିଜେପିକୁ ଫେରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.