Home ଜିଲ୍ଲା ପରିକ୍ରମା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

50

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ମୋ ସରକାର ଓ ୫-ଟି ସ୍ୱତନ୍ତ୍ର ବିଭାଗ ସୃଷ୍ଟି ପରେ ଦୁର୍ନୀତି ବଢିଛି । ସରକାରୀ ଅଧିକାରୀମାନଙ୍କୁ ଦୁର୍ନୀତି ପାଇଁ ଅଧିକ ସୁଯୋଗ ଦିଆଯାଇଛି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଚାକିରି ବିକ୍ରୀ କମିଶନ ଭାବେ କାର୍ଯ୍ୟ କରିଛନ୍ତି ବୋଲି ଭିଜିଲାନ୍ସ ବିଭାଗ ଦ୍ୱାରା କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସହାୟକଙ୍କ ଠାରୁ ବିପୁଳ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ପାଇବା ପରେ ପ୍ରମାଣିତ ହୋଇଛି ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ ଆରୋପ କରାଯାଇଛି । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭଣ୍ଡାରିପୋଖରୀ ଠାରେ ରାଜ୍ୟ ସରକାରଙ୍କ ନିଯୁକ୍ତି ବିଭାଗର ଦୁର୍ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ପାଳଦା ବାଙ୍କରେ ପହଞ୍ôଚବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଦାସ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ପ୍ରତାପ ଦ୍ୱିବେଦୀ ପ୍ରମୁଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ତିନୋଟି ଯାକ ସାଙ୍ଗଠନିକ ମଣ୍ଡଳର ସଭାପତିଙ୍କ ସମେତ ପ୍ରମୁଖ ଯୁବକାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ସେହିଭଳି ବାସୁଦେବପୁର ବିଧାନସଭା ଯୁବମୋର୍ଚ୍ଚା ପକ୍ଷରୁ ନଗର ସଭାପତି ତସିଫ ଇକବାଲ ଖାଁଙ୍କ ନେତୃତ୍ୱରେ ଓ ବିଧାନସଭା ନେତା ମାଧବାନନ୍ଦ ମଲ୍ଲିକଙ୍କ ମାର୍ଗଦର୍ଶନରେ ଏକ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଓଡ଼ିଶା ସରକାରଙ୍କ ଷ୍ଟାଫ୍ ସିଲେକସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଥିବାବେଳେ ଲକ୍ଷ ଲକ୍ଷ ବେକାରୀ ଯୁବକ/ଯୁବତୀଙ୍କ ଭାଗ୍ୟ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳ ଖେଳୁଛନ୍ତି ବୋଲି ଦର୍ଶାଇ ଲାଞ୍ଚ ବଦଳେ ଚାକିରୀକୁ ପ୍ରତିବାଦ କରି ଆଜି ଏହି ବିକ୍ଷୋଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.