ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ଏମ୍ପି ବ୍ରିଜ୍ ଭୂଷଣ ସରନ ସିଂ ଙ୍କୁ ଗିରଫ କରିବା ପାଇଁ ମହିଳା ସମିତି , ସିଆଇଟିୟୁ ଓ କୃଷକ ସଭା ତରଫରୁ ଦାବି କରାଯାଇଛି । ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ବସ୍ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭା ଆଜି ଅନୁଷ୍ଠିତ ହୋଇଥିଲା । ମହିଳା ନେତ୍ରୀ ସୁରଜିତା ନାୟକ, ରାଧା ଦାସ, ପ୍ରଭାସ ମହାପାତ୍ର, ପ୍ରଫୁଲ୍ଲ ପାଢୀ, ଚନ୍ଦ୍ରଶେଖର ନାୟକ, ବାମଦେବ ମିଶ୍ର, ପାକିନି ମୁଣ୍ଡା, ସେକ୍ କାଲୁ, ସେକ୍ ଗୋଲାମ, ସୋମବାର ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ୨୦୨୨ ଡିସେମ୍ବର ମାସରେ ବିଜେପି ଏମ୍ପି ବ୍ରିଜ୍ଭୂଷଣ ସରନ ସିଂ ପଞ୍ଜାବର କୁସ୍ତି ପ୍ରଶିକ୍ଷଣ ନେଉଥିବା ମହିଳା ରେସଲରମାନଙ୍କୁ ଯେପରି ଯୌନ ନିର୍ଯ୍ୟାତନା ଦେଇଥିଲେ ତାକୁ ଘୋର ପ୍ରତିବାଦ କରିଥିଲେ । ଏମ୍ପି ଶ୍ରୀ ସିଂଙ୍କ ବିରୁଦ୍ଧରେ ଏତଲା ଦେବାପରେ ପୁଲିସ୍ ତାଙ୍କ ଏତଲାକୁ ପଂଜିକୃତ ନକରିବାରୁ ମହିଳାମାନଙ୍କ ତରଫରୁ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ନେତ୍ରୀ ଉଚ୍ଚ ନ୍ୟାୟାଳୟରେ ଏକ ମୋକଦ୍ଦମା କରିଥିଲେ । ତାଙ୍କୁ ଗିରଫ କରିବା ପାଇଁ ରାୟରେ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ପୁଲିସ୍ କୌଣସି କାରଣରୁ ତାଙ୍କୁ ଗିରଫ କରିନଥିଲା । ଏହି ପରିପ୍ରେକ୍ଷୀରେ ଆଜି ଦେଶ ତମାମ୍ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ ବିଜେପି ସାଂସଦ ଶ୍ରୀ ସିଂଙ୍କୁ ଗିରଫ କରିବା ଦାବିରେ ଶ୍ରମିକ, ମହିଳା, କୃଷକ ଓ ଯୁବ ଛାତ୍ର ମାନେ ଦାବି କରିଛନ୍ତି ।