Home ଜିଲ୍ଲା ପରିକ୍ରମା ବିଜେପିର ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ କର୍ମଶାଳା

ବିଜେପିର ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ କର୍ମଶାଳା

32

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଭଦ୍ରକ ଲୋକସଭାସ୍ତରୀୟ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଏହି କର୍ମଶାଳାରେ ପୌରୋହିତ୍ୟ ଏବଂ ସଂଯୋଜକ ଈଶ୍ୱର ବେହେରାଙ୍କ ସଂଯୋଜନାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କ ହିତରେ ସଦା ସର୍ବଦା କାର୍ଯ୍ୟ କରି ଆସିଛି । କେନ୍ଦ୍ରୀୟ ଯୋଜନା ସବୁ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ସିଧା ସଳଖ ପହଞ୍ଚା ଯାଇଛି । କେନ୍ଦ୍ରୀୟ ଯୋଜନାରେ ଲାଭ ପାଇଥିବା ଲାଭାର୍ଥୀମାନଙ୍କୁ ସମ୍ପର୍କ କରିବେ ବିଜେପି କର୍ମକର୍ତ୍ତା । ସମସ୍ତ ଲାଭାର୍ଥୀଙ୍କ ପାଖରେ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ କରାଯାଉଛି । କେନ୍ଦ୍ରର ମୋଦି ସରକାରଙ୍କ ୧୦ ବର୍ଷର ଶାସନରେ ମାଗଣାରେ ରାସନ, ପ୍ରଧାନମନ୍ତ୍ରୀ ଆବାସରେ ଘର, ଉଜ୍ୱଳା ଗ୍ୟାସ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ, ଶୌଚାଳୟ, କିଷାନ ନିଧିରେ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା, ଘରେ ଘରେ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ଆଦି ଯୋଜନାରେ ସାମିଲ ଲାଭାର୍ଥୀଙ୍କୁ ବିଜେପି ଭେଟିବ ବୋଲି କର୍ମଶାଳାରେ ପ୍ରକାଶ କରାଯାଇଥିଲା । ଏ ନେଇ ଭଦ୍ରକ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭାର ବିଜେପି ଦଳର କାର୍ଯ୍ୟକର୍ତ୍ତା, ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ଏହି କର୍ମଶାଳାରେ ଯୋଗ ଦେଇ ଆଲୋଚନା କରିଥିଲେ । ଆଲୋଚନାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା କାର୍ଯ୍ୟକ୍ରମର ରାଜ୍ୟ ସହସଂଯୋଜିକା ମନସ୍ମିତା ଖଣ୍ଟିଆ, ଲୋକସଭା ସଂଯୋଜକ ଡ. ସୁଧାଂଶୁ ନାୟକ ଏହି ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ ଓ ରାକେଶ ମଲ୍ଲିକ, ଜିଲ୍ଳାର ବରିଷ୍ଠ ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଓ ଉଦୟ ନାରାୟଣ ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ମନୋରଞ୍ଜନ ମଲ୍ଲିକ, ଲାଭାର୍ଥୀ ଯୋଜନା କାର୍ଯ୍ୟକ୍ରମର ସହସଂଯୋଜକ ମୁକ୍ତିକାନ୍ତ ମହାପାତ୍ର ଓ ସୁମିତ୍ରା ପାଣି, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍‌ସା ସାହୁ, ସିମୁଳିଆ ବ୍ଳକ ଅଧ୍ୟକ୍ଷ ବାବାଜୀ ମଲ୍ଲିକ, ଲୋକସଭା ବିସ୍ତାରକ ଆର୍ତ୍ତବନ୍ଧୁ ପୃଷ୍ଟି, ୭ଟି ବିଧାନସଭା ଭଦ୍ରକ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର, ବାସୁଦେବପୁର, ସିମୁଳିଆ, ସୋରୋର ମଣ୍ଡଳ ସଭାପତି, ମଣ୍ଡଳ ସଂଯୋଜକମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.