Home ଜିଲ୍ଲା ପରିକ୍ରମା ବିଜେପିର ମିଶ୍ରଣ ପର୍ବ ବିଜେପିରେ ଯୋଗ ଦେଲେ ବିଜେଡ଼ି ନେତା

ବିଜେପିର ମିଶ୍ରଣ ପର୍ବ ବିଜେପିରେ ଯୋଗ ଦେଲେ ବିଜେଡ଼ି ନେତା

44

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଲଣା ସେବା ସମବାୟ ସମିତିର ପୂର୍ବତନ ସଭାପତି ଦେବେନ୍ଦ୍ର ପୁହାଣ (ଭାକୁଲା) ତାଙ୍କର ସମର୍ଥକମାନଙ୍କ ସହ ବିଧାୟକ ବିଷ୍ଣୁ ସେଠୀଙ୍କ ଦୃଢ ନେତୃତ୍ୱ ଏବଂ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବ ମଣ୍ଡଳ ସଭାପତି ତଥା ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଶ୍ରୀ ପୁହାଣ ବିଜେଡ଼ିର ପରିବାରବାଦ୍ ଓ ଦୁର୍ନୀତିକୁ ବିରୋଧ କରି ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ। ଶ୍ରୀ ପୁହାଣଙ୍କ ସହିତ ରାକେଶ ନାୟକ, ସୁଚିସ୍ମିତା ପୂହାଣ, ଶେଷଦେବ ପୁହାଣ, ଗିରିଶ ମଲ୍ଳିକ, ନିତ୍ୟାନନ୍ଦ ମଳିକ, ଶେଖର ମଳିକ, ରବିନ୍ଦ୍ର ଜେନା, ପ୍ରଶାନ୍ତ କୁମାର ଜେନା, ଅଜିତ ମଳିକ, ନରେନ ସାମଲ, ଭରତ ବେହେରା, ରଶ୍ମିରଂଜନ ନାୟକ, ସତ୍ୟନାରାୟଣ ଜେନାଙ୍କ ସହିତ ବହୁ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ସହିତ ବୋଡ଼କ ଗ୍ରାମ ପଞ୍ଚାୟତର ପ୍ରଶାନ୍ତ ଖୁଣ୍ଟିଆ, ରତ୍ନାକର ଖୁଣ୍ଟିଆ, ଫକିର ମୋହନ ସାମଲ ଓ ଳଗୋପବିନ୍ଧା ଗ୍ରାମ ପଞ୍ଚାୟତର ବାବାଜୀ ମଳିକ, ଦାଶରଥୀ ମଳିକ, କରୁଣାକର ଜେନା, ନରହରି ମଳିକ ଜଗନ୍ନାଥ ବେହେରା, ବିଜେଡ଼ିର ୱାର୍ଡସଭ୍ୟ ଶଶିକାନ୍ତ ଜେନା ଅନ୍ୟଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ବୁଦ୍ଧଦେବ ଜେନା, ସଂଜୀବ ବେହେରା, ନିଶିକାନ୍ତ ନାୟକ, ଶ୍ରୀକାନ୍ତ ପରିଡ଼ା, ପ୍ରଦିପ ମଲ୍ଲିକ, ଲଲାଟେନ୍ଦୁ ପରିଡ଼ା, ଇନ୍ଦ୍ରମଣି ମହାଳିକ, ଗଦାଧର ମହାଳିକ, ସୁଧାଂଶୁ ନାୟକ, ନିର୍ମଳ ନାୟକ, ସୁକାନ୍ତ ଭଞ୍ଜ ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଶ୍ରୀଯୁକ୍ତ ସେଠୀ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଏବଂ ଦଳୀୟ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.