Home ଜିଲ୍ଲା ପରିକ୍ରମା ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ ଓ ବ୍ଲକ ଘେରାଉ

ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ ଓ ବ୍ଲକ ଘେରାଉ

19

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ସୀମା ଲଙ୍ଘିଛି । କୁଶାସନ ଯୋଗୁଁ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡିଛି । ଏହା ବିରୋଧରେ ସାଧାରଣରେ ଜନଆକ୍ରୋଶ ସୃଷ୍ଟି ହୋଇଛି । ଏହାର ପ୍ରତିଫଳନ ସ୍ୱରୂପ ଭାରତୀୟ ଜନତା ପାର୍ଟି ଆଜି ବ୍ଲକ ଘେରାଉ କରିବାକୁ ବାଧ୍ୟ ହୋଇଛି । ଏଭଳି ତିରଷ୍କାର କରି ବିଜେପି ପକ୍ଷରୁ ବୁଧବାର ବ୍ଲକ ଘେରାଉ କରାଯାଇଥିଲା । ଦଳୀୟ ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଦଳର ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ରଙ୍କ ସସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦଳୀୟ ନେତା ଶ୍ରୀ ଧଳ, ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ସୁଧାଂଶୁ ନାୟକ ପ୍ରମୁଖ ଦୁର୍ନୀତିଗ୍ରସ୍ତ ଶାସନର ବିଭିନ୍ନ ଦୃଷ୍ଟାନ୍ତ ଦେଇ ରାଜ୍ୟ ସରକାରଙ୍କୁ ଭର୍ସନା କରିଥିଲେ । ଏହି ମର୍ମରେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମାରକପତ୍ର ବିଡିଓଙ୍କୁ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଗିରିଶ ସାମଲ, ଶ୍ରୀଧର ସ୍ୱାଇଁ, ପ୍ରଫୁଲ୍ଲ ସାହୁ, ଜଗବନ୍ଧୁ ଦାସ, ସୁରେଶ ସାମଲ, ବସନ୍ତ ରାଉତ, ନିର୍ମଳ କର, ଅକ୍ଷୟ ସାହୁ, ସରପଞ୍ଚ କାଞ୍ଚନବାଳା ପାତ୍ର, ଅମୂଲ୍ୟ ସେଠୀ, ନବକିଶୋର ବଳ, ଶିବାନନ୍ଦଦାସ ଅଧିକାରୀ, ଖଗେଶ୍ୱର ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଛାମୁଆଁ କର୍ମୀମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.