ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉ କେଇଟା ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ସମରଶର୍ଯ୍ୟା ଆରମ୍ଭ କଲେଣି । ବିଶେଷ କରି ନିର୍ବାଚନର କେଇ ମାସ ପୂର୍ବରୁ ଦଳ ଡିଆଁ ପର୍ବ ଦେଖିବାକୁ ମିଳିଥାଏ । ଏହି କ୍ରମରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳ ଅନ୍ତଃର୍ଗତ ବନ୍ତ ବ୍ଲକ ସେଣ୍ଢତିରା ଠାରେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି । ଏଠାରେ ୫୦ରୁ ଉର୍ଦ୍ଧ ଯୁବ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନା,ନୀତି ଆଦର୍ଶ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦୃଢ଼ ନେତୃତ୍ୱ ସର୍ବୋପରି ବନ୍ତ ବ୍ଲକର ଦୃଢ଼ ସଂଗଠକ ସୁଧାଂଶୁ ନାୟକଙ୍କ ସାଂଗଠନିକ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ଦଳର ଜିଲ୍ଲା କାର୍ଯ୍ୟକାରିଣୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ବିଶିଷ୍ଟ ନାଟ୍ୟକାର ତଥା ସୁସଂଗଠକ ସୁଧାଂଶୁ ଶେଖର ନାୟକ ଶାସକ ଦଳର ପଞ୍ଚାୟତ ଯୁବ ସଭାପତି ପଦବୀରେ ଥିବା ବିଶ୍ୱଜିତ ସାହୁଙ୍କ ସମେତ ନିତ୍ୟାନନ୍ଦ ବିଶ୍ୱାଳ,ସୁଶାନ୍ତ ସେନାପତି,ସୁଦର୍ଶନ ଗାହାଣ,ଆଦିତ୍ୟ ମୁଦୁଲି,ସୁଦର୍ଶନ ବେହେରା,ହରେକୃଷ୍ଣ ବେହେରା,ଶୁଭଙ୍କର ମୁଦୁଲି,ଗଜେନ୍ଦ୍ର ମହାନ୍ତି,ଦିପକ ସାହୁ,ରାଜ ନାରାୟଣ ଜେନା,ଜଗବନ୍ଧୁ ସେଠୀ,ଆଲୋକ ଜ୍ୟୋତି ଖୁଣ୍ଟି,ବସନ୍ତ ବେହେରା,ସୁଶାନ୍ତ ପାତ୍ର,ପ୍ରମୋଦ ଜେନା,ଧିରେନ ଖୁଣ୍ଟିଆ,ରତିକାନ୍ତ ସାମଲ,ପିତବାସ ବାରିକ,ଧର୍ମେନ୍ଦ୍ର ମଲ୍ଲିକ,ଟୁଟୁ ପ୍ରଧାନ,ମହେଶ୍ୱର ବାରିକ,କ୍ଷୀରୋଦ ଜେନା,ବିଜୟ ନାୟକ,ମହେଶ୍ୱର ଜେନା,ଅଭିମନ୍ୟୁ ସେଠୀ,ବାଇଧର ସେଠୀ ପ୍ରମୁଖ ବିଜେପିର ହାତ ଧରିଛନ୍ତି । ଶ୍ରୀ ନାୟକ ଏହି ଯୁବ ଗୋଷ୍ଠୀଙ୍କୁ ଦଳରେ ସ୍ୱାଗତ କରି ଏଠାରେ ଦଳ ଅଧିକ ସଶକ୍ତ ହେବ ବୋଲି କହିଥିବା ବେଳେ ଯୁବ ନେତୃତ୍ୱ ବିଶ୍ୱଜିତ ଏହି ପଞ୍ଚାୟତରେ ଶାସକ ଦଳର ଦୁର୍ନିତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ବିଜେପିକୁ ଆଗେଇ ନେବା ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି ପଞ୍ଚାୟତରେ ଶିକ୍ଷିତ ଯୁବ ଗୋଷ୍ଠୀ ଙ୍କ ସମୂହ ଦଳରେ ଯୋଗଦାନ ଚର୍ଚ୍ଚାର ବିଷୟ ହୋଇଛି ।