ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ସମଗ୍ର ଧାମନଗର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲୋକଙ୍କ ଘରେ ବନ୍ୟାଜଳ ପଶିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ତାହା ନଷ୍ଟ ହୋଇଛି । ବନ୍ୟାଜଳ ହ୍ରାସ ପାଇବା ପରେ ଏବେ ଚାଷଜମିରେ ପଟୁମାଟି ପଡି ଧାନଗଛ ମାଟିରେ ମିଶିଲାଣି । କେତେକ ଧାନଗଛ ମଧ୍ୟ ପଚିବା ସହିତ କେତେକ ଶୁଖିଲା ହୋଇପଡିଛି । ବୈତରଣୀ ସହିତ କୋଚିଳା, ଗେଙ୍ଗୁଟୀ, ରେବ, କପାଳି, ନାଳିଆ ଓ ଯ ନଦୀରେ ବର୍ଷା ଓ ବନ୍ୟାଜଳ ଆସି ବ୍ଲକର ୩୧ ପଞ୍ଚାୟତ ସମେତ ଏନଏସି ଅଞ୍ଚଳରେ ବନ୍ୟା ପ୍ଲାବିତ ହୋଇଛି । ବ୍ଲକ ପ୍ରଶାସନ ପକ୍ଷରୁ ୨୭ଟି ପଞ୍ଚାୟତ ବର୍ଷା ଓ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି । କିନ୍ତୁ ଅନ୍ୟ ଚୁଡାକୁଟୀ, ଦଇପୁର, କଲ୍ୟାଣୀ ଓ ଗୋବିନ୍ଦପୁର ଆଦି ୪ଟି ପଞ୍ଚାୟତ ସମେତ ଏନଏସି ଅଞ୍ଚଳକୁ ଏହି ତାଲିକାରୁ ପ୍ରଶାସନ ବାଦ ଦେଇଛନ୍ତି । ଆଜି ଧାମନଗର ବିଜୁ ଜନତା ଦଳର ଏକ ୧୧ ଜଣିଆ କମିଟି ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ସମ୍ପର୍କରେ ଅନୁଧାନ କରିଥିଲେ । ପରେ ବିଡିଓଙ୍କୁ ଏହି ୪ଟି ପଞ୍ଚାୟତ ସହିତ ଏନଏସିକୁ ତାଲିକାଭୂକ୍ତ କରି ସେମାନଙ୍କୁ ତୁରନ୍ତ ରିଲିଫ ପ୍ରଦାନ କରିବାକୁ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କମିଟିରେ ଦଳର ଉମେଶ ମହାନ୍ତି, ରଘୁନାଥ ଲେଙ୍କା, ପ୍ରଦୀପ କୁମାର ମଲ୍ଲିକ, ସୁଶାନ୍ତ କୁମାର ରାଉତ, ପ୍ରତାପ କୁମାର ସାମଲ, ଅତିଶରଂଜନ ନନ୍ଦ, ଶରତଚନ୍ଦ୍ର ମହାନ୍ତି, ନାରାୟଣଚନ୍ଦ୍ର ସାହୁ, ହରେକୃଷ୍ଣ ପାଢୀ ଓ ଜାଫର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ବିଜେଡି ପ୍ରତିନିଧି ଦଳଙ୍କ ବନ୍ୟାଞ୍ଚଳ ଗ୍ରସ୍ତ:ବିପନ୍ନଙ୍କୁ ରିଲିଫ ଓ ୪ ପଞ୍ଚାୟତକୁ ସାମିଲ ପାଇଁ ବିଡିଓଙ୍କୁ...