ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ କଲ୍ୟାଣମଣ୍ଡପରେ ରବିବାର ଅପରାହ୍ନରେ ବିଜୁ ଜନତା ଦଳର ନିର୍ବାଚନମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ସ୍ତାନୀୟ ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ମୁଖ୍ୟଅତିଥି, ସାଂସଦ ଓ ବିଧାୟକ ପ୍ରତିନିଧି ତଥା ରାଜ୍ୟ ସମ୍ପାଦକ ପ୍ରୟାସକାନ୍ତି ସାମଲ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବନ୍ତ ବ୍ଲକ ସଭାପତି କମଳାକାନ୍ତ ସାହୁ ପ୍ରମୁଖ ମଞ୍ଚାୟତସୀନ ଥିଲେ । ଜିଲ୍ଲା ସମ୍ପାଦକ ତଥା ଯୁବନେତା ଉତ୍କଳ କେଶରୀ ମହାନ୍ତି, ପୂର୍ବତନ ସରପଞ୍ଚ ବିରେନ୍ଦ୍ର କୁମାର ନାୟକ, ଜିଲ୍ଲା ଯୁବ ସଙ୍ଗଠନ ଉପସଭାପତି ପ୍ରଣିତକାନ୍ତି ସାମଲ, ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଲଳିତ ରାଉତ, ଦଳର ବନ୍ତ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ନେତା ସୁଧାଂଶୁ ନାୟକ, ପ୍ରଶାନ୍ତ କର ପ୍ରମୁଖ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଓଡିଆ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଜନସାଧାରଣଙ୍କ ଅଭାବ ଅସୁବିଧାକୁ ଦୂର କରିବା ପାଇଁ ଦଳ ସବୁବେଳେ ସେବାମୂଳକ କାର୍ଯ୍ୟ କରିଚାଲିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ଏବେ ଠାରୁ ପ୍ରତ୍ୟେକ କର୍ମୀ ସକ୍ରିୟ ହେବାକୁ ପଡିବ । ଦଳକୁ ଅଧିକ କ୍ରିୟାଶୀଳ କରାଯାଇ ପାରିଲେ ନିର୍ବାଚନୀ ସଫଳତା ସମ୍ଭବ ହୋଇପାରିବ ବୋଲି ନେତାମାନେ ପ୍ରକାଶ କରି କର୍ମୀମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଦେଇଥିଲେ ।