ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଯୋଜନା କାହାକୁ ମେଂଚେ ତ କାହାକୁ କେଂଚେ । ସରକାର ଗରିବଗୁରୁବାଙ୍କ ପାଇଁ କରିଥିବା ଯୋଜନା ଯେ ବାଟବଣା ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ପଂଚାୟତରେ । ଚରମ୍ପା ପଂଚାୟତର ସମିତି ସଭ୍ୟ ଥିବା ରମେଶ ବେହେରାଙ୍କର କୋଠାଘର ଥିବା ବେଳେ ତାଙ୍କ ପୁଅ ରାକେଶ ବେହେରା ଓ ବହୂ ରାଜଶ୍ରୀ ବେହେରାଙ୍କୁ ମିଳିଛି ବିଜୁ ପକକା ଘର । ମିଳିଥିବା ତଥ୍ୟ ଅନୁସାରେ ୨୦୧୪-୧୫ ଆର୍ôଥକ ବର୍ଷରେ ରେଜିଷ୍ଟର ନଂ ଓଆର -୧୭-୦୦୧-୦୨୪-୦୦୩/୪୬୪୬ ଅନୁସାରେ ଜୟଶ୍ରୀ ବେହେରାଙ୍କୁ ଓ ଓଆର ୧୭-୦୦୧-୦୨୪-୦୦୩-ଓ୍ୟାଇଏକ୍ସଏଲ୦୦୨୪୩୮୦ ଅନୁସାରେ ରାକେଶ ବେହେରାଙ୍କୁ ବିଜୁ ପକକା ଘର ତାଲିକାରେ ଅନ୍ତଭୁକ୍ତ କରାଯିବା ସହ ଘର ନ କରି ମଧ୍ୟ ପଚାଶ ହଜାର ଓ ସତୁରି ହଜାର ହାତେଇ ନେଇଥିବା ଆରଟିଆଇ ତଥ୍ୟରୁ ଜଣା ପଡିଛି । ମାର୍ଚ୍ଚ ୫ ,୨୦୨୦ତାରିଖରେ ଏମାନେ ପ୍ରଥମ କିସ୍ତି ନେଇଥିବା ଜଣାପଡିଛି । ଏଥିନେଇ ଜଣେ ସାମାଜିକ କର୍ମୀ ଜିଲ୍ଲାପାଳଙ୍କୁ ଟୁଇଟ କରିବା ପରେ ଜିଲ୍ଲାପାଳ ପିଡି ଡିଆରଡିଏଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗରୁ ଥିବା ବିଡିଓଙ୍କ ଧନେଶ୍ୱର ଖୁଂଟିଆଙ୍କ ସମୟରେ ହୋଇଥିବା ଏହି କାର୍ଯ୍ୟ ଏବେ ତାଙ୍କ ନଜରକୁ ଆସିଥିବାରୁ ତାର ତଦନ୍ତ କରିବେ ବୋଲି ବର୍ତ୍ତମାନର ବିଡିଓ ନବ କ୍ରିଷ୍ଣା ଜେନା ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଏହି ଗ୍ରାମରେ ଅନେକ ଗରିବ ଲୋକ ଥିବା ବେଳେ କୋଠାଘର ଥିବା ଲୋକଙ୍କୁ ଏହା କିପରି ମିଳୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।