ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ବନ୍ୟାବିପନ୍ନ ଅଞ୍ଚଳରେ ଶୁକ୍ରବାର ରିଲିଫ ପ୍ରଦାନ କରାଯାଇଛି । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ଯୁବ ବିଜେଡି ବ୍ଲକ ସଭାପତି ଲଳିତ ରାଉତ, ରାଜେନ୍ଦ୍ର ଖଣ୍ଡାଇ, ମୁକୁନ୍ଦ ମଲ୍ଲିକ, ହେମନ୍ତ ଜେନା, ରାଜେଶ ବାରିକ, ସଞ୍ଜିବ ରାଉତ, ତୁଷାର ମିଶ୍ର ପ୍ରମୁଖ ଷୋଳମପୁର, ମାଳଦା, ନପଙ୍ଗ, ରଣଜିତ ଆଦି ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ପ୍ରତ୍ୟେକ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଶ୍ରୀ ସାମଲ ପ୍ରତିଶ୍ରୁତି ଦେିଥିଲେ ।