କୋରାପୁଟ ୨୬-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର ଲକ୍ଷ୍ମିପୁର, କୋଟପାଡ ଓ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।କୋରାପୁଟ ନିର୍ବାଚନ ମଣ୍ଡଳୀର ପ୍ରତିଷ୍ଠା ଦିବସ କୋରାପୁଟସ୍ଥିତ ଏକ ହୋଟେଲରେ ପାଳନ କରାଯାଇଥିଲା।କର୍ମିମାନେ ଭୋଟ କିମ୍ବା ଦଳର କୈାଣସି ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା ନ କରି ଲୋକଙ୍କ ହୃଦୟରେ ରହିବା ପାଇଁ କଟକ ସଦର ବିଧାୟକ ତଥା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକାଶ କରିଥିଲେ।।କୋରାପୁଟ ଜିଲ୍ଲାର ସଂଗଠନକୁ ଏପରି ମଜବୁଦ କରନ୍ତୁ ଯେପରି ରାଜ୍ୟର ୩୦ ଟି ଜିଲ୍ଲାରେ କୋରାପୁଟ ଜିଲ୍ଲା ସଂଗଠନ କ୍ଷେତ୍ରରେ ପ୍ରଥମ ସ୍ଥାନ ନେବ ବୋଲି ସେ ଉପସ୍ଥିତ କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ। କୋରାପୁଟ ଜିଲ୍ଲାର ଜୋନାଲ ଓ ଓାର୍ଡ ସ୍ତରରେ ପ୍ରତ୍ୟେକ ସପ୍ତାହରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ସେ ନିବେଦନ କରିଥିଲେ।ଏହାଦ୍ୱାରା ଜିଲ୍ଲାରେ ରକ୍ତର ଅଭାବ ଦୂର ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।ରାଜ୍ୟ ବିଜେଡି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୟରେ କରାଯାଉଥିବା କୋଭିଡ-୧୯ ପରିଚାଳନାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁୟସୀ ପ୍ରଶଂସା କରିଥିବା ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଥିଲେ। ଏହି ଅବସରରେ ବୈପାରୀଗୁଡା ଓ ସୁନାବେଡାର କେତେକ କଂଗ୍ରେସ ଓ ବିଜେପି କର୍ମି ବିଜୁ ଜନତା ଦଳରେ ଯୋଗଦେଇଥିଲେ।ବିଜେଡି ଜିଲ୍ଲା ଉପସଭାପତି ଉତ୍କଳ ରଂଜନ ନାୟକ ସଭା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ ଯୋଗ ଦେଇ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ମଜବୁଦ କରିବା ସହ ଲୋକମାନଙ୍କ ନିକଟରେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା କିପରି ପହଂଚି ପାରିବ ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ଦଳୀୟ କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ। କୋରାପୁଟ ଜିଲ୍ଲା ପରିଷଦ ସଭାପତି ତୁଲସି କରସାନି, ସଦସ୍ୟା ପାର୍ବତୀ ମସ୍ତି, ରୀତା ପାଣିଗ୍ରାହୀ, ମାଧବ ଖୋସ୍ଲା, ବିମଳ ଗରଡା, ସଂଜିବ କୁମାର ମହାନ୍ତି, ଅକ୍ଷୟ କୁମାର ମହାନ୍ତି, ଲଲାଟ ରଂଜନ ସେଠୀ, ସିମାଞଳ ମିଶ୍ର, ରଘୁରାମ ମାଛ, ସନ୍ତୋଷ ପଣ୍ଡା, ଭରତ ମଲ୍ଲିକ, ମୋତି ରଂଜନ ବେହେରା, ଦିଲିପ ରଥ, ତ୍ରୀନାଥ ପାତିକା, ଲଛମ ମୁଦୁଲି, ବୈପାରୀଗୁଡା, ଲମତାପୁଟ ଓ ସୁନାବେଡା ମ୍ୟୁନସିପାଲଟିର ଅନେକ ବିଜେଡି କର୍ମିମାନେ ଯୋଗଦେଇଥିଲେ।ନଗର ସଭାପତି ସୁରେଶ ପଟନାୟକ ଯୋଗଦେଇ ସମସ୍ତ କାର୍ଯକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ମ୍ୟୁନସିପାଲଟି ବିଜେଡି ଜୋନାଲ କମିଟି ଅଧ୍ୟକ୍ଷ ଜୟନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୋରାପୁଟଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।କୋରାପୁଟ ବିଧାୟକ ଶ୍ରୀ ପଡାଲ ଓ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଅତିଥିଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।ସମୁଦାୟ ୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଜଣାପଡିଛି।ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀର ନାରାୟଣପାଟଣାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବିଧାୟକ ପ୍ରଭୁ ଜାନି ଓ ପୂର୍ବତନ ସାଂସଦ ଝିନ୍ନ ହିକକା ଯୋଗଦେଇ ସଂଗଠନକୁ ମଜବୁଦ କରିବାକୁ ଆହ୍ୱାନ ଦେଇଥିଲେ।ସେହିପରି ଜୟପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଉତ୍ସବରେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ଇନ୍ଦିରା ନନ୍ଦ, ବାଲା ରାୟ ପ୍ରମୁଖଙ୍କ ସହ ଅନେକ ବିଜେଡି କର୍ମି ଯୋଗଦେଇଥିଲେ।କୋଟପାଡ ନିର୍ବାଚନ ମଣ୍ଡଳୀର କୋଟପାଡ ରେ ଆୟୋଜିତ ପ୍ରତିଷ୍ଠା ଦିବସରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପଙ୍କଜ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପଟ୍ଟାଙ୍ଗୀରେ ବିଧାୟକ ପୀତମ ପାଢୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।