ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଉତ୍ସବଟିକୁ ଉଦ୍ଘାଟନ କରି ବିଦ୍ୟାଳୟ ମଣିଷ ତିଆରି କାରଖାନା ବୋଲି କହିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ଶେଖ୍ ନାସିର ବକ୍ସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ଆଉ ଏକ ମାତା ସ୍ୱରୂପ ବୋଲି କହିଥିଲେ । ସ୍ୱତନ୍ତ୍ର ବକ୍ତା ଭାବେ ଡଃ ରାଧାରାଣୀ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଗୋଟେ ଗୋଟେ ପୁତ୍ର ପରି ଓ ସେମାନେ ଯୋଗ୍ୟ ହେବା ଦରକାର ବୋଲି କହିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଅଧୀର କୁମାର ତରାଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶମାନ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ରବିନ୍ଦ୍ର ମହାରଣା, କାର୍ତ୍ତିକ ସ୍ୱାଇଁ, କୈଳାସ ଚନ୍ଦ୍ର ସାମଲ, ଜ୍ଞାନରଂଜନ ଦାସ, ରତ୍ନମଂଜରୀ ପଣ୍ଡା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ମାନ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ତପୋଜା ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଓ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଯେନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ବର୍ଷାରାଣୀ ପଲକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ତପୋଜା ସାହୁଙ୍କୁ ଉଚ୍ଚତମ ଶିକ୍ଷୟିତ୍ରୀ ରୂପେ ସମ୍ମାନିତ କରାଯାଇଥିଲା ଓ ଶିକ୍ଷୟିତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ଶ୍ରେଷ୍ଠ କୋରିଓଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଚ ଓ ଗୀତ ସଂପାଦିତ ହୋଇଥିଲା । ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରାଙ୍କ ଲିଖିତ ଓ ନିର୍ଦ୍ଦେଶନାରେ ନାଟକ “ଈଶ୍ୱର ଜଣେ ବୁଢା ଲୋକ” ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭିନୀତ ହୋଇଥିଲା । ଶିକ୍ଷକ ଚନ୍ଦ୍ରଶେଖର ପାତ୍ର, ନରେନ୍ଦ୍ର ନାୟକ, ଗଂଗାଧର ଦଳାଇ, ମାନସ କୁମାର ସାହୁ, ଶିକ୍ଷୟିତ୍ରୀ ମହାମାୟା ମହାପାତ୍ର, ଉର୍ମିଳା ନାୟକ, ଜ୍ୟୋସ୍ନାରାଣୀ ସାହୁ, ମନ୍ଦୋଦରୀ ସାହୁ, ସୁଜାତା ଦାଶ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।