Home ଜିଲ୍ଲା ପରିକ୍ରମା ବିକାଶର ଉତ୍ସ ହେଉଛି ବିଜ୍ଞାନ, ଭଦ୍ରକ ବ୍ଲକ୍‌ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବିକାଶର ଉତ୍ସ ହେଉଛି ବିଜ୍ଞାନ, ଭଦ୍ରକ ବ୍ଲକ୍‌ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

16

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆନନ୍ଦ ବଜାର ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ବ୍ଲକ୍‌ସ୍ତରୀୟ ବିଜ୍ଞାନ ଗଣିତ ଏବଂ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀକୁ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରି ବିଜ୍ଞାନ ବିକାଶର ଉତ୍ସ ବୋଲି କହିବା ସହ ଭାରତୀୟ ବୈଜ୍ଞାନିକଙ୍କ ସଫଳତା ସଂପର୍କରେ ଆଲୋକପାତ କରିଥିଲେ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ କମଳାକାନ୍ତ ଜେନା ମୁଖ୍ୟବକ୍ତା ଭାବେ ତାଙ୍କ ବକ୍ତବ୍ୟରେ ବିଜ୍ଞାନ ମାନବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ ବୋଲି କହିଥିଲେ । ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ସରପଞ୍ଚ ପଦ୍ମାବତୀ ପୃଷ୍ଟି, ସମିତି ସଭ୍ୟ ବଟକୃଷ୍ଣ ଜେନା, ସମାଜସେବୀ ପ୍ରଭାତ ଜେନା, ଆନନ୍ଦ ବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଓକରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦାସ, ସିଆରସିସି ସମୀର ଜେନା, ଓଷ୍ଟାର ଜିଲା ସଂପାଦକ ପ୍ରଦୀପ୍ତ କୁମାର ଦାସ, ଚାରୁଲତା ମହାପାତ୍ର, ବିଆରସିସି ନିର୍ମଳ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସୁରେନ୍ଦ୍ର ନାୟକ ମଞ୍ଚ ଆହ୍ୱାନ କରିଥିବା ବେଳେ ଚନ୍ଦ୍ରକାନ୍ତ ଶୁକ୍ଳା ଅତିଥି ପରିଚୟ ପ୍ରଦାନ କରିଥିଲେ । କାଳନ୍ଦୀ ମଳିକ ବେଦପାଠ କରିଥିଲେ ।

ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଇଓ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ମାୟାଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏବିିଇଓ ଗୟାଧର ପଣ୍ଡା, ଶ୍ରୀମତୀ ମିଶ୍ର, ଶିକ୍ଷାବିତ୍ ବାଇଧର ବିଶ୍ୱାଳ, ରାଜ୍ୟ ସମ୍ମାନପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ରାଉତ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁ, ଅରୁଣ ମଲ୍ଲିକ, ଇର୍ଷାଦ ଅହମ୍ମଦ, ବାବୁଲା ରାଉତ, ଭାସ୍କର ନାୟକ, ଦେବେନ୍ଦ୍ର ପୃଷ୍ଟି, ମହୀଶୂର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ବିଜ୍ଞା ପ୍ରଦର୍ଶନୀରେ ସମୁଦାୟ ୧୬୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିମଧ୍ୟରୁ ବିଚାରକ ମଣ୍ଡଳୀ ଦ୍ୱାରା ୧୫ ଟି ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇ ଜିଲାସ୍ତରକୁ ମନୋନୀତ ହୋଇଥିଲା । ଶିକ୍ଷକ ଅକ୍ଷୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଆନନ୍ଦ ବଜାର ହାଇସ୍କୁଲର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏକଦିବସୀୟ ବିଜ୍ଞାନ ମେଳାକୁ ମୃତ୍ୟୁଞ୍ଜୟ ମହାନ୍ତି, ଗଣେଶ ପଣ୍ଡା, ସତ୍ୟସୁନ୍ଦର ସ୍ୱାଇଁ, ଗୟାଧର ସାହୁ, ରମାକାନ୍ତ କର, ରାଜେନ୍ଦ୍ର ଦାସ, ଶରତ ଦାସ, ମନୋଜ ସାଏନ୍ତ, ପ୍ରଣବ ଲେଙ୍କା, କିରଣ ସାହୁ, ବିରେନ୍ଦ୍ର ମାଝୀ, ବୈକୁଣ୍ଠ କାଣ୍ଡି, କଳିଙ୍ଗ ମଳିକଙ୍କ ସମେତ ଆନନ୍ଦ ବଜାର ବିଦ୍ୟାଳୟର ପୁରାତନ ଛାତ୍ରମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.