Home ଜିଲ୍ଲା ପରିକ୍ରମା ବିକଶିତ ଭାରତ ସଂକଳ୍ପ ଯାତ୍ରା, ଭଦ୍ରକ ଜିଲ୍ଲାକୁ ୨ଟି ଭ୍ୟାନ୍‌, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲା...

ବିକଶିତ ଭାରତ ସଂକଳ୍ପ ଯାତ୍ରା, ଭଦ୍ରକ ଜିଲ୍ଲାକୁ ୨ଟି ଭ୍ୟାନ୍‌, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲା ପ୍ରଭାରୀ

43

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭିଯାନର କାର୍ଯ୍ୟାନ୍ୱୟନ ଓ ସଫଳତା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ଜିଲ୍ଲା ନିମନ୍ତେ ଜିଲ୍ଲା ପ୍ରଭାରୀ ଭାବେ ନିୟୋଜିତ କେନ୍ଦ୍ର ସରକାରଙ୍କ ଉଚ୍ଚ ପ୍ରଶାସନିକ ଅଧିକାରୀ ଅନୁପମ ସୋଲାଙ୍କର ଏହି ବୈଠକରେ ଯୋଗଦେଇ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଦ୍ୱିତୀୟ ଦଫାରେ ନଭେମ୍ବର ୨୩ରୁ ଆରମ୍ଭ ହୋଇ ଆଗାମୀ ଜାନୁୟାରୀ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ଏଥି ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ବନ୍ଧରେ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ୨ଟି ଭ୍ୟାନ୍ ପହଞ୍ôଚଲା ପରେ ବ୍ଲକ୍ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ରୁଟ୍‌ଚାର୍ଟ ଅନୁଯାୟୀ ଯାତ୍ରା ଆରମ୍ଭ କରାଯିବ । ପ୍ରଥମଥର ପାଇଁ ସବୁ ଗ୍ରାମପଞ୍ଚାୟତକୁ ପରିକ୍ରମା କରିବାକୁ ଥିବା ଏହି ଯାତ୍ରା ପାଇଁ ବ୍ଲକ ସ୍ତରୀୟ, ଗ୍ରାମା ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇ ବି.ଡି.ଓ. ମାନଙ୍କୁ ବ୍ଲକ୍ ସ୍ତରୀୟ ନୋଡାଲ ଅଧିକାରୀ ଭାବେ ରଖାଯାଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ କି ଏହି ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିଶେଷ କରି ୨୦ଟି ଫ୍ଲାଗ୍‌ସିପ୍ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଜଲ୍ ଜୀବନ ମିଶନ୍‌, ଆୟୁଷ୍ମାନ୍ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଗରିବି କଲ୍ୟାଣ ଯୋଜନା, ପି.ଏମ୍‌. ଆବାସ, ପି.ଏମ୍‌. ପ୍ରଣାମ ଯୋଜନା, ୟୁରିଆ ସବ୍‌ସିଡି ଆଦି ଯୋଜନା ସମ୍ବନ୍ଧରେ ସାଧାରଣ ଜନତା ଜାଗ୍ରତ ନହେଲେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ୨୦୪୭ ବେଳକୁ ଲକ୍ଷ୍ୟ ରଖାଯାଇଥିବା ବିକଶିତ ଭାରତ ସମ୍ଭବ ହେବନାହିଁ ବୋଲି ଏହି ସମୀକ୍ଷା ବୈଠକରେ ଯୋଗଦେଇଥିବା ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଶୋଲାଙ୍କର ପ୍ରକାଶ କରିବା ସହିତ ଏହି ଯାତ୍ରାର ସଫଳତା ପାଇଁ ବୈଠକରେ ଉପସ୍ଥିତ ସଂପୃକ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଯୋଜନାର ଲାଭ ଉଠାଇପାରିଲେ ହିଁ ଗରିବ ସଶକ୍ତ ହେବେ ।

ସେମାନଙ୍କ ଜୀବନ ଜୀବିକା ଓ ଆର୍ôଥକ ସମ୍ବଳ ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ । ପ୍ରକାଶଥାଉ କି ଜିଲ୍ଲାର ସମସ୍ତ ୭ଟି ବ୍ଲକ୍ ସମସ୍ତ ଗ୍ରା:ପ: ଓ ୪ଟି ପୌରାଞ୍ଚଳର ସମସ୍ତ ୱାର୍ଡ଼କୁ ଉକ୍ତ ଭ୍ୟାନ୍ ପରିକ୍ରମା କରିବ । ଗୋଟିଏ ଭ୍ୟାନ୍ ଗୋଟିଏ ଦିନରେ ୨ଟି ଗ୍ରା:ପ: ପରିକ୍ରମା କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଜିଲ୍ଲାକୁ ଭ୍ୟାନ୍ ପହଞ୍ôଚଲା ପରେ ଏ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏ କାର୍ଯ୍ୟକ୍ରମର ଅଧିକ ପ୍ରଚାର ପ୍ରସାର ପାଇଁ ସଂପୃକ୍ତ ଯୋଜନା ସମ୍ବନ୍ଧରେ ମିଶନ ଶକ୍ତି, ଓ.ଏଲ୍‌.ଏମ୍‌., ଓରମାସ୍‌. ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଆଦି ବିଭାଗ ଦ୍ୱାରା ବିଭିନ୍ନ ପ୍ରଦର୍ଶନ ମୂଳକ କାର୍ଯ୍ୟକ୍ରମ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ମଧ୍ୟ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ କି ବିର୍ସାମୁଣ୍ଡା ଜୟନ୍ତୀ ତଥା ଜନଜାତି ଗୌରବ ଦିବସ ନଭେମ୍ବର ୧୫ରେ ଝାଡ଼ଖଣ୍ଡର ଆଦିବାସୀ ଅଧ୍ୟୁଷିତ ଖୁନ୍ତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଗ୍ରାମାଞ୍ଚଳ ପାଇଁ ୨୫୦୦ ଭ୍ୟାନ୍ ଓ ସହରାଞ୍ଚଳ ପାଇଁ ୨୦୦ ଭ୍ୟାନ୍ ନିୟୋଜିତ କରାଯାଇଛି ଏବଂ ଓଡ଼ିଶାରେ ପ୍ରଥମ ଦଫାରେ ଆଦିବାସୀ ଅଧ୍ୟୁଷିତ ୭ଟି ଜିଲ୍ଲାରେ ଏହା ଯାତ୍ରା ଅଭିଯାନ ଆରମ୍ଭ ହୋଇ ସାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.