Home ଜିଲ୍ଲା ପରିକ୍ରମା ବିଂଶତମ ଓଡିଶା ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟାନସିପ୍ ଉଦ୍‌ଯାପିତ, ଭଦ୍ରକ ଚମ୍ପିୟନ, ଢେଙ୍କାନାଳ ରନର୍ସ

ବିଂଶତମ ଓଡିଶା ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟାନସିପ୍ ଉଦ୍‌ଯାପିତ, ଭଦ୍ରକ ଚମ୍ପିୟନ, ଢେଙ୍କାନାଳ ରନର୍ସ

10

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍ ଶେଷ ହୋଇଛି । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଭଦ୍ରକ ୨୧ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୯ ଟି ବ୍ରୋଞ୍ଜ ପଦକ ଜିଣି ବିଂଶତମ ସଂସ୍କରଣର ଚମ୍ପିୟନ ଆସନ ଅଧିକାର କରିଛି । ସେହିପରି ୧୯ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୧୬ଟି ବ୍ରୋଞ୍ଜ ପଦକ ସହ ଢେଙ୍କାନାଳ ପ୍ରଥମ ରନର୍ସ ଓ ବାଲେଶ୍ୱର ୧୦ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଦ୍ୱିତୀୟ ରନର୍ସ ଅପ୍ ଆସନ ଅଧିକାର କରିଛନ୍ତି । ଉଦ୍‌ଯାପନୀ ଦିବସର ପୂର୍ବାହ୍ନ ଅଧିବେଶନରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମରିକ ଶିକ୍ଷାର୍ଥୀ ମାନଙ୍କୁ ଭଦ୍ରକବାସୀଙ୍କ ତରଫରୁ ସ୍ୱାଗତ ଜଣାଇବା ସହ ଅନ୍ୟାନ୍ୟ କ୍ରିଡ଼ା ସହିତ ତାଏକ୍ୱୋଣ୍ଡୋ ସାମରିକ କଳାର ପ୍ରସାର ପାଇଁ ଭଦ୍ରକରେ ଇନ୍‌-ଡୋର୍ ଷ୍ଟାଡିୟମ ଖୁବ୍ ଶିଘ୍ର ଉନ୍ମୋଚିତ ହେବ ବୋଲି ସୂଚନା ଦେଇଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉନ୍ନୟନ ପାଇଁ ବ୍ୟକ୍ତିଗତ ଯତ୍ନ ନେଉଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନ ଉତ୍ସବରେ ଭଦ୍ରକର ପୂର୍ବତନ ବିଧାୟକ ନରେନ୍ ପଲାଇ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।

ସାମାଜିକ ମୂଲ୍ୟବୋଧର ସାମ୍ପ୍ରତିକ ଅଧଃପତନ ବେଳେ ବିଶ୍ୱର ଶ୍ରେଷ୍ଠ ସାମରିକ କଳା ତାଏକ୍ୱୋଣ୍ଡୋର ଆବଶ୍ୟକତା ଅଛି ବୋଲି ମନ୍ତବ୍ୟ ଦେଇଥିଲେ । ସମ୍ ମେଡ଼ିକାଲ କଲେଜ ଓ ହସପିଟାଲର ଗେଷ୍ଟ୍ରୋ ଓ ଲିଭର୍ ବିଭାଗର ଆସୋସିଏଟ୍ ପ୍ରଫେସର୍ ଡାଃ ଅନୁରାଗ ଜେନା ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ସୁନ୍ଦର ସ୍ୱାସ୍ଥ୍ୟ ଓ ମାନସିକ ଏକାଗ୍ରତା ପାଇଁ ତାଏକ୍ୱୋଣ୍ଡୋ ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ବୋଲି ବର୍ଣ୍ଣନା କରିବା ସହିତ ଏହାକୁ ଆଜୀବନ ଅଭ୍ୟାସ ଜାରୀ ରଖିବାକୁ ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଳ୍ପପତି ରମେଶ କୁମାର ଜେନା, ସଫ୍ଟୱେର ଇଞ୍ଜିନିୟର ଅନନ୍ୟା ନାୟକ, ଜ୍ୟୋତି କନଭେଣ୍ଟ୍ ସ୍କୁଲର ଅଧ୍ୟକ୍ଷ ଫାଦର ଆଲେକ୍ସ, ଲିଟଲ୍‌-ହାର୍ଟ ସ୍କୁଲର ଅଧ୍ୟକ୍ଷ କଳିଙ୍ଗ ରୁଦ୍ର ପଣ୍ଡା ଅତିଥି ଯୋଗ ଦେଇଥିଲେ । ‘ତାଓ’ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ବିଜୟ କୁମାର ଜେନା ଉଦ୍‌ଯାପନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ‘ତାଓ’ ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ବିଂଶତମ ସଂସ୍କରଣର ସଫଳତା ନିମନ୍ତେ ୟୁନାଇଟେଡ୍ କ୍ଲବ୍‌, ସବୂଜ କ୍ଲବ୍‌, ମାରୱାରୀ ଯୁବା ମଞ୍ଚ, ମହାରାଜା ଅଗ୍ରସେନ ସେବା ସମିତି ତଥା ବିଭିନ୍ନ ଜିଲ୍ଲା ୟୁନିଟ୍‌ର କାର୍ଯ୍ୟକର୍ତ୍ତା, ପ୍ରିଣ୍ଟ୍ ଏବଂ ଇଲେକ୍ଟୋନିକ୍ ମିଡିଆ, ପ୍ରତିଯୋଗୀ ମାନଙ୍କ ପିତାମାତାଙ୍କ ଠାରୁ ‘ତାଓ’ ଅକୁଣ୍ଠ ସହଯୋଗ ପାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଶେଷରେ ସଫଳତା ପାଇଥିବା ୨୮୨ ଜଣ ପ୍ରତିଯୋଗୀମାନଙ୍କୁ ପଦକ ପ୍ରଦାନ କରିବା ସହିତ ଭଦ୍ରକକୁ ଚମ୍ପିୟନ ଟ୍ରଫି, ଢେଙ୍କାନାଳକୁ ପ୍ରଥମ ରନର୍ସ ଓ ବାଲେଶ୍ୱରକୁ ଦ୍ୱିତୀୟ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ସହିତ ଢେଙ୍କାନାଳ ଜିଲ୍ଲାରୁ ୧୦୩ ଜଣ କ୍ରୀଡାବିତ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ଜିଲ୍ଲାର ସମ୍ପାଦକ ସୁଧାକର ଜେନାଙ୍କୁ ‘ସର୍ବାଧିକ ଅଂଶଗ୍ରହଣ’ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଦ୍ୱି-ଦିବସୀୟ ଉତ୍ସବର ପରିଚାଳନାରେ ‘ତାଓ’ ଉପସଭାପତି ରମେଶ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଧ୍ୟାପକ ଯୋଗେଶ୍ୱର ମହନ୍ତ, କୋଷାଧ୍ୟକ୍ଷା ସଂଘମିତ୍ରା ଦାଶ, ଆଇନଜୀବୀ ପବନ କୁମାର ଶର୍ମା, ୟୁନାଇଟେଡ୍ କ୍ଲବ୍ ସଭାପତି ବିଶାଲ୍ ଗୋପାଲ୍ ଲଖାନୀ, ସବୁଜ କ୍ଲବ୍ ସମ୍ପାଦକ ଅଜୟ କୁମାର ଧଳ, ଇଞ୍ଜିନିୟର ଉତ୍ପଳକାନ୍ତି ଦାସ, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିକ୍ରମ ନାୟକ ଓ ହେମନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହିତ ଚଳିତ ସଂସ୍କରଣ ଉଦ୍‌ଯାପିତ ହୋଇଥିଲା । ଉଲ୍ଲେଖଯୋଗ୍ୟ, ଏହି ସଂସ୍କରଣରେ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, ସମ୍ବଲପୁର, ପ୍ରଭୃତି ୧୪ ଟି ଜିଲ୍ଲାରୁ ପ୍ରତିଯୋଗୀ, କୋଚ୍ ମ୍ୟାନେଜରଙ୍କ ସମେତ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେଇଥିଲେ । କର୍ଣ୍ଣାଟକ ତାଏକ୍ୱୋଣ୍ଡୋ ଆସୋସିଏସନ୍ ସଭାପତି ଏମ୍ ସୁନ୍ଦରମ୍ ଆୟାର୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତାର ଫାଇଟ୍ ଗୁଡିକୁ ପରିଚାଳନା କରିଥିଲେ ଆଦ୍ୟଶା ଦାସ, ତାରିଣୀ ସାହୁ, ମଲ୍ଲିକା ସାମନ୍ତ, ବିଷ୍ଣୁପ୍ରିୟା ରାଉତ, ଶ୍ରାବଣୀ ପ୍ରିୟଦର୍ଶିନୀ ପ୍ରଧାନ, ଗାୟତ୍ରୀ ମହାରଣା, ସୁଧାକର ଜେନା, ଦୁଷ୍ମନ୍ତ ନାଥ, ବିଭୁ ପ୍ରସାଦ, ବିପିନ ସାମଲ, ସତ୍ୟ ସୁନ୍ଦର ପାଣିଗ୍ରାହୀ, ରାଜେଶ ବିଶ୍ୱାଳ, ପଦ୍ମଲୋଚନ ସିଂହ, ଚନ୍ଦନ କୁମାର ସ୍ୱାଇଁ, ସରଦିନ୍ଦୁ ମାଇତି, ସୁଚନ୍ଦ୍ର କୁଣ୍ଡୁ, ଗଦାଧର ପ୍ରମାଣିକ, ସେଖ୍ ସମୀର ଓ ଓମକାର ମହନ୍ତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.