Odiapua.com

ବାୟୋମେଟ୍ରିକ ଆଟେଣ୍ଡାନ୍ସ କରିବେ ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ

ଭୁବନେଶ୍ଵର,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର ସିଷ୍ଟମ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଫଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେସିନରେ ନିଜର ଉପସ୍ଥାନ ପକାଇବେ ।

ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ନ ହେଲେ ଅନୁପସ୍ଥିତ ବୋଲି ବିବେଚନା କରାଯିବ । ପ୍ରତିଦିନ ୧୦ଟାରୁ ସାଢେ ୧୦ଟା ଭିତରେ ଅଫିସରେ ପହଞ୍ଚିବାକୁ ଓ ସାଢ଼େ ସାତ ଘଣ୍ଟା ହିସାବ କରି ଅଫିସ ଛାଡିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଯେଉଁ କର୍ମଚାରୀ ପୂର୍ବରୁ ଆସିଥିବେ ସେମାନେ ସାଢ଼େ ସାତ ଘଂଟା ପୂରଣ କରିବା ପରେ କାର୍ଯ୍ୟାଳୟ ଛାଡିପାରିବେ ।

ଏନଆରସି ଭୟରେ ମରିଗଲେ ୬ ଜଣ!