Home ଜିଲ୍ଲା ପରିକ୍ରମା ବାହାର ଜିଲ୍ଲାର ମିଲର୍ସକୁ ଅଧିକ ଅନୁକମ୍ପା ଯୋଗୁଁ ସକଂଟରେ ଜିଲ୍ଲା ମିଲର୍ସ, ୨୧ଲକ୍ଷ କ୍ୱିଟାଂଲର ବ୍ୟାଙ୍କ...

ବାହାର ଜିଲ୍ଲାର ମିଲର୍ସକୁ ଅଧିକ ଅନୁକମ୍ପା ଯୋଗୁଁ ସକଂଟରେ ଜିଲ୍ଲା ମିଲର୍ସ, ୨୧ଲକ୍ଷ କ୍ୱିଟାଂଲର ବ୍ୟାଙ୍କ ଗ୍ୟାରେଟିଂ ଦେଇ ମାତ୍ର ୧୧ଲକ୍ଷ କ୍ୱିଟାଂଲ କ୍ରୟ କରିଛନ୍ତି

15

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଚଳିତ ଖରିଫ୍ ଧାନ ସଂଗ୍ରହରେ ନିୟୋଜିତ ଜିଲ୍ଲାର ୨୦ଜଣ ରାଇସ୍ ମିଲର୍ସ ଧାନ ସଂଗ୍ରହ କାର୍ଯ୍ୟ ନେଇ ଏବେ ଅସହାୟତା ପ୍ରକାଶ କରିଛନ୍ତି । ଜିଲ୍ଲାରେ ଚଳିତ ଧାନ କିଣାରେ ମୋଟ ୪୫ଜଣ ମିଲର୍ସ ସାମିଲ ହୋଇଛନ୍ତି । ତେବେ ସଂଖ୍ୟାଧିକ ମିଲର୍ସ ହେଉଛନ୍ତି ବାହାର ଜିଲ୍ଲାର । ଅର୍ଥାତ ଅନ୍ୟ ଜିଲ୍ଲାର ୨୫ଜଣ ମିଲର୍ସ ଧାନକିଣାରେ ସାମିଲ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୨୦ଜଣ ମିଲର୍ସ ସାମିଲ ହୋଇଛନ୍ତି । ଗତବର୍ଷ ଧାନକିଣାରେ ୧୮ଜଣ ବାହାର ମିଲର୍ସଙ୍କୁ ସାମିଲଏ କରାଯାଇଥିବା ବେଳେ ଏଥର ରେକର୍ଡ ସଂଖ୍ୟକ ୨୫ଜଣଙ୍କୁ ସାମିଲ କରାଯାଇଛି । ଏହି ବାହାର ମିଲର୍ସ ମାନଙ୍କ ମଧ୍ୟରେ ଖୋର୍ଦ୍ଦା ଜିଲ୍ଲାରୁ ଜଣେ, ପଡୋଶୀ ଯାଜପୁର ଜିଲ୍ଲାରୁ ୨ଜଣ ଥିବା ବେଳେ ଅନ୍ୟ ୨୨ଜଣ ସମ୍ବଲପୁର ଓ ବରଗଡ ଜିଲ୍ଲାର ମିଲର୍ସ । ଗତ ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ଜିଲ୍ଲାର ମିଲର ମାନଙ୍କ ଧାନକିଣା ସନ୍ତୋଷଜନକ ନହେଲେ ନିଗମ ବାହର ଜିଲ୍ଲାର ମିଲରଙ୍କୁ ଏଥିରେ ସାମିଲ କରିବାକୁ ନିଷ୍ପତି ହୋଇଥିଲା । ସେହିଭଳି ଗତ ଥର ଧାନକିଣାରେ ଫେବୃଆରୀ ମାସରୁ ବାହାର ଜିଲ୍ଲା ମିଲରଙ୍କୁ ଧାନକିଣାରେ ସାମିଲ କରାଯାଇଥିବା ବେଳେ ଏଥର ଜିଲ୍ଲା ମିଲରଙ୍କ ଧାନ ସଂଗ୍ରହ ବେଳେ ସେମାନଙ୍କୁ ମଧ୍ୟ ସାମିଲ କରାଗଲା । ଫଳରେ ଅଧିକ ପରିମାଣର ବି.ଜି(ବ୍ୟାଙ୍କ ଗ୍ୟାରେଟିଂ)ଦେଇ ଏବେ ଘୋର ଆର୍ଥିକ ସଂକଟରେ ଗତି କରୁଛନ୍ତି ଜିଲ୍ଲାର ମିଲରମାନେ । ଆଜି ଭଦ୍ରକ ତାରିଣୀ କଂଟିନେଟାଂଲ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲା ରାଇସ୍ ମିଲର୍ସ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି ଏସୋସିଏସନର କାର୍ଯ୍ୟକର୍ତାମାନେ ।

ସେମାନେ ଆହୁରି କହିଛନ୍ତି ଯେ, ଅନ୍ୟ ଜିଲ୍ଲାମାନଙ୍କ ଭଳି ଭଦ୍ରକରେ ରବି, ଖରିଫ୍ ଓ ହାଇହିଲଡିଂ ଚାଷ ହେଉଥିବା ବେଳେ ଆମ ଜିଲ୍ଲାରେ କାଁ ଭାଁ ରବି ଚାଷ ହେଉଛି । ମୁଖ୍ୟତ ଖରିଫ୍ ହେଉଛି ପ୍ରଧାନ ଚାଷ । ଆଉ ଜିଲ୍ଲାର ୨୦ଜଣ ମିଲରମାନେ ଏଥର ୨୧ଲକ୍ଷ କ୍ୱିଟାଂଲ ଧାନ ସଂଗ୍ରହ ପାଇଁ ପ୍ରାୟ ୭୩ କାଟି ଟଙ୍କା ବ୍ୟାଙ୍କ ଗ୍ୟାରେଟିଂ ଦାଖଲ କରିଛନ୍ତି । ତେବେ ଏଯାଏଁ ମାତ୍ର ୧୧ଲକ୍ଷ କ୍ୱିଟାଂଲ ଭଳି ଧାନ କିଣିବାର ସୁଯୋଗ ମିଳିଛି ଜିଲ୍ଲା ମିଲରଙ୍କୁ । ସେହିଭଳି ସରକାରୀ ଧାନ ସଂଗ୍ରହ ପଲିସି ଅନୁଯାୟୀ, ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ସଂଗ୍ରହ ବାବଦ ପରିବହନ ଖର୍ଚ୍ଚ ଯୋଗାଣ ବିଭାଗ ବହନ କରେ । ଏହି କ୍ରମରେ ୫ଶହ କିମି ଦୂରରେ ସୁଦୂର ସମ୍ବଲପୁର, ବରଗଡ ଜିଲ୍ଲାର ମିଲରମାନେ ଅଧିକ ପରିମାଣର ପରିବହନ ଖର୍ଚ୍ଚ ପ୍ରାୟ ୩ଶହ ଟଙ୍କା ଅଧିକ ଖର୍ଚ୍ଚ ବହନ କରିବାକୁ ପଡିବ । ଅନ୍ୟ ଜିଲ୍ଲାର ମିଲର୍ସମାନେ ଯୋଗାଣ ନିଗମରୁ ଅଧିକ ପରିମାଣର ପରିବହନ ଖର୍ଚ୍ଚ ନେଉଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଧାନକିଣାରେ ଜିଲ୍ଲା ମିଲରଙ୍କୁ ଧାନକ୍ରୟର ଅଧିକ ସୁଯୋଗ ନଦେଲେ ଆଗକୁ ମିଲରମାନେ କ୍ଷତିଗ୍ରସ୍ତ ହୋଇ ସେମାନଙ୍କ ମିଲ୍ ବନ୍ଦ କରିବାକୁ ବାଧ୍ୟ ହେବେ । ଏହାଦ୍ୱାରା କେବଳ ମିଲରମାନେ ନୁହେଁ ମିଲର ଉପରେ ନିର୍ଭରଶୀଳ ବିିଭିନ୍ନ ବର୍ଗର ମଣିଷ(ଚାଷୀ, ଗାଡିଚାଳକ, ଗାଡି ମାଲିକ, କର୍ମଚାରୀ ଓ ବ୍ୟବସାୟୀ ଆଦି)ମଧ୍ୟ ବେରୋଜଗାର ହେବେ । ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଗୁରୁତର ସହ ଦୃଷ୍ଟି ଦେବାକୁ ମିଲର୍ସ ସଂଘ ସଭାପତି ଶେଖର ମହାପାତ୍ର ଓ ସମ୍ପାଦକ ସଙ୍କେତ ନାୟକଙ୍କ ସମେତ ମିଲ୍ ମାଲିକ-ସନ୍ତୋଷ ଅଗ୍ରୱାଲ, ସେଖ କାଦର, କୈଳାସ ମହାପାତ୍ର, ବିଶ୍ୱନାଥ ଅଗ୍ରୱାଲ, ଗୋପାଳ ମହାପାତ୍ର, ପ୍ରଦୀପ ମହାପାତ୍ର, ବିଶ୍ୱସ୍ୱରୂପ ଧୁନି, ପ୍ରସନ୍ନ ଦାଶ, ମୁଜାହିଦ ଆଲାମ, ନଟବର ସାହୁ ପ୍ରମୁଖ ନିବେଦନ କରିଛନ୍ତି । ଏ ପ୍ରସଙ୍ଗରେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି, ଧାନକିଣା ଆରମ୍ଭ ହେବାର ପ୍ରାୟ ୧୫ଦିନ ପରେ ଜିଲ୍ଲାର ମିଲରମାନେ ଧାନ କିଣିଲେ ଓ ଯାହା ସରକାରୀ ଟାର୍ଗେଟ ସେହି ଅନୁଯାୟୀ ଧାନ କିଣା ଠିକ୍ ଚାଲିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.