Home ଜିଲ୍ଲା ପରିକ୍ରମା ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ

ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ

26

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ କୋଦଣ୍ଡପୁର ସ୍ଥିତ ମା’ ତରାଶୁଣୀ ଯୁବକ ସଂଘ, ଭଦ୍ରକ ରୋଟାରୀ ଇନରହୁଇଲ୍ କ୍ଲବ୍ ଓ ବିଦ୍ୟାର୍ଥୀ ବିକାଶ ମଂଚର ମିଳିତ ସହଯୋଗରେ ଆଜି କୋଦଣ୍ଡପୁରରେ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ମଲ୍ଲିକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଡ. ବ୍ରଜମୋହନ ମିଶ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡ. ରେଣୁବାଳା ତ୍ରିପାଠୀ, ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାବରଙ୍ଗର ରାଜେଶ କୁମାର ବଳଙ୍କ ପିତା ରତନ କୁମାର ବଳ, ଏବେବି ଚିକିତ୍ସାଧୀନ ସାବରଙ୍ଗ ନୂଆସାହିର ପ୍ରଶାନ୍ତ କୁମାର ଭୋଇ, ରୋଟାରୀ ଇନରହୁଇଲ୍ କ୍ଲବ୍‌ର ସଭାପତି କାଦମ୍ବିନୀ ମହାନ୍ତି, ପ୍ରଫେସର ଡ. ଶଶଧର ଦାସ, ଅଧ୍ୟାପକ ସଂଗ୍ରାମ ମହାନ୍ତି, ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ସାମନ୍ତ, ଶିକ୍ଷାବିତ୍ ଅକ୍ଷୟ କୁମାର ଜେନା, ସମାଜସେବୀ ପ୍ରମୋଦା ମହାରଣା, ପୁରୁଷୋତ୍ତମ ଆର୍ଯ୍ୟ, ବିଦ୍ୟାର୍ଥୀ ବିକାଶ ମଂଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ, ଅନୁଷ୍ଠାନର ଉପଦେଷ୍ଟା ବାଦଲ କିଶୋର ମହାପାତ୍ର, ଲକ୍ଷ୍ମୀଧର ବାରିକ, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି, ବାବାଜୀ ଚରଣ ସାମଲ, ଅଧ୍ୟାପକ ଦେବୀପ୍ରସାଦ ମହାରଣା, ରୋଟାରୀର ପୂର୍ବତନ ସଭାପତି ଅଭିଜିତ୍ ନାୟକ, ପ୍ରଭାତ ବିଜୟ ଦଳାଇ, ସତ୍ୟସାଇ ସେବା ସଂଗଠନର ଜୟଚନ୍ଦ୍ର ବେହେରା, ସଂଯୁକ୍ତ ବଳ, ବରିଷ୍ଠ ନାଗରିକ ମହାସଂଘର କୈଳାସ ଚନ୍ଦ୍ର ମହାପାତ୍ର, ଅଂଜଳି ମହାପାତ୍ର, ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ହରମୋହନ ଦାସ, ରୋଟାରୀ ଇନର ହୁଇଲ୍‌ର ଡ. ଝରଣା ପଟ୍ଟନାୟକ, ସ୍ମିତା ମହାନ୍ତି, ସ୍ନେହଲତା ବେହେରା, ପ୍ରେମଲତା ଦାସ, ଡ. ପ୍ରଭାତ ନଳିନୀ ମହାପାତ୍ର, ପ୍ରଭାତୀ ଜେନା, ଅଧ୍ୟାପିକା ରାଧାରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇ ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସହ ବୃକ୍ଷରୋପଣର ଉପକାରିତା ବିଷୟରେ ସୂଚାଇଥିଲେ ।

ନରେଶ କୁମାର ପୁହାଣ, ବାବୁଲା ପୁହାଣ, ଲଳିତ ମହାପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ବାହାନଗା ମୃତକମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଆହତ ପ୍ରଶାନ୍ତ ଭୋଇ ସେଦିନର କରାଳ ଦୃଶ୍ୟର ବର୍ଣ୍ଣନା କରିଥିଲେ । ମୁଖ୍ୟଅତିଥି ଡ. ମିଶ୍ର ଭଦ୍ରକ ଜିଲାରେ ସମୂହ ବୃକ୍ଷରୋପଣ କରୁଥିବା ଟ୍ରି ଫ୍ୟାମିଲିର ସଭାପତି ଆଇନ୍‌ଜୀବୀ ସୁରେନ୍ଦ୍ର କର, ଗଛ ମଣିଷର ସଭାପତି ନୀରନ ନାୟକ ଓ ବିଏସ୍‌ଏସ୍‌ର ଉପଦେଷ୍ଟା ଦିଲ୍ଲୀପ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ସ୍ଥାନୀୟ ଖେଳପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାରାଶୁଣୀ ଯୁବକ ସଂଘର ପ୍ରଭାସ ଚନ୍ଦ୍ର ମହାଳିକ, ଅକ୍ଷୟ ପୁହାଣ, ନରେନ୍ଦ୍ର ମହାଳିକ ପ୍ରମୁଖ ସହଯୋଗ ପୂର୍ବକ ଗଛଗୁଡିକର ସୁରକ୍ଷା ପାଇଁ ବଜ୍ର ଶପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.