Home ଜିଲ୍ଲା ପରିକ୍ରମା ବାସୁଦେବପୁର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

ବାସୁଦେବପୁର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

54

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ବାସୁଦେବପୁର ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୮୬ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ମୂଳକ ୭୩ଟି ଓ ସାମୂହିକ ସମସ୍ୟା ସମ୍ବନ୍ଧୀୟଟି ୧୧୩ ଅଭିଯୋଗ ଥିଲା । ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ବାସୁଦେବପୁର ବି.ଡ଼ି.ଓ. ସଂଜୀବ କୁମାର ସାହୁ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଜନାଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । କ୍ୟାନସର୍ ରୋଗର ଚିକିତ୍ସା ପାଇଁ ସି.ଏମ୍‌.ଆର୍‌.ଏଫ୍‌ରୁ ଜଣଙ୍କୁ ୧୫ ହଜାର ଓ ଜଣେ ଅସହାୟଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ଧାନକିଣା, ରେସନ୍‌, ରାସ୍ତା ନିର୍ମାଣ, ଆବାସ ଯୋଜନା ଆଦି ସହ ଆଗତ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ସମସ୍ୟା ମୂଳକ ଅଭିଯୋଗ ସବୁର ନିୟମାନୁଯାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଶିବିରରେ ଉପସ୍ଥିତ ଜିଲ୍ଲା ଓ ଉକ୍ତ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.