Home ଜିଲ୍ଲା ପରିକ୍ରମା ବାସୁଦେବପୁର ପରେ ୧୧୩.୨୫ ବର୍ଗ କିମି ବନ୍ଦରାଂଚଳକୁ ନେଇ ଧାମରା ମାଷ୍ଟରପ୍ଲାନ

ବାସୁଦେବପୁର ପରେ ୧୧୩.୨୫ ବର୍ଗ କିମି ବନ୍ଦରାଂଚଳକୁ ନେଇ ଧାମରା ମାଷ୍ଟରପ୍ଲାନ

133

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ମାଷ୍ଟରପ୍ଲାନ ପରେ ଏବେ ଧାମରା ବନ୍ଦରାଂଚଳର ୫୭ ଗୋଟି ରାଜସ୍ୱ ଗ୍ରାମର ୪୬ ହଜାର ୫୨୧ ଜନ ସଂଖ୍ୟାକୁ ନେଇ ଆରମ୍ଭ ହୋଇଛି ଧାମରା ମାଷ୍ଟର ପ୍ଲାନ । ଯାହାର ଦି୍ୱତୀୟ ପର୍ଯ୍ୟାୟ ଷ୍ଟେକହୋଲଡର ମାନଙ୍କୁ ନେଇ ଆଜି ଅନୁଷ୍ଟିତ ହୋଇଛି ଦି୍ୱତୀୟ ପର୍ଯ୍ୟାୟ କର୍ମଶାଳା । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ଷ୍ଟେକହୋଲଡର କର୍ମଶାଳା ଗତ ୩୧ା୧ା୨୦୧୯ ରିଖରେ ଅନୁଷ୍ଟିତ ହୋଇଥିବା ବେଳେ ଗୁରୁବାରଦିନ ଏହାର ଦି୍ୱତୀୟ ପର୍ଯ୍ୟାୟ ଷ୍ଟେକହୋଲଡର ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅରୁଣ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି କର୍ମଶାଳାରେ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ବେଙ୍ଗାଲୁର ସ୍କାଏ ଗୃପ କମ୍ପାନୀର ମ୍ୟାନେଜର ଗାର୍ଗି ଘୋଷ ପ୍ରୋଜେକ୍ଟର ମାଧ୍ୟମରେ ଯୋଜନା ସଂର୍ପକରେ ସୁଚନା ପ୍ରଦାନ କରିଥିଲେ । ଯୋଜନାରେ ଭୌଗଳିକ ଅବସ୍ଥିତି,ଲକ୍ଷଣ,ପ୍ରାକୃତିକ ସମ୍ବଳ,ଜନସଂଖ୍ୟା,କୋଠାବାଡି,ସ୍ଥାନାନ୍ତର ଗମନ,ବର୍ହିରାଗତ ଜନ ସଂଖ୍ୟା,ପ୍ରକୃତିକ ଅଭିବୃଦ୍ଧି,ଆର୍ଥିକ ସ୍ଥିତି,ନିଯୁକ୍ତି ସମ୍ଭଦ୍ଧିୟ ବ୍ୟବସ୍ଥା,ଆଶ୍ରୟସ୍ତଳ,ବିଦ୍ୟମାନ ବାସ ଗୃହ,ରାସ୍ତା,ରେଳପଥ,ଜଳପଥ,ବସଷ୍ଟାଣ୍ଡ,ଟ୍ରକ ଟର୍ମିନାଲ,ସ୍ୱାସ୍ଥ୍ର,ଶିକ୍ଷା ଏବଂ ଚିତ ବିନୋଦନ ପାର୍କ,ସରକାରୀ/ବେସରକାରୀ ସଂସ୍ଥା,ଡ୍ରେନ,ସ୍ୱରେଜବ୍ୟବସ୍ଥା,ଶକ୍ତି,ଟେଲିକମ୍ୟୁନିକେଶନ,ପୋଲିସ,ଅଗ୍ନିସେବା,ଡାକସେବା ଏବଂ ଶ୍ମଶାନ ଆଦି ବ୍ୟବସ୍ଥାକୁ ସ୍ଥାନିତ କରାଯାଇଥିବା ବେଳେ ଏହା ଉପରେ ଅଧିକ ତର୍ଜ୍ଜମା ସକାସେ ଷ୍ଟେକହୋଲଡରମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଟିତ ହୋଇଛି । ଧାମରା ବନ୍ଦରାଂଚଳର ବର୍ଦ୍ଧିତ କଳେବରକୁ ନେଇ ଆଗାମୀ ୨୦୪୦ ସୁଦ୍ଧା ଏକ ସ୍ୱାସ୍ଥ୍ର‌୍ୟକର ଏବଂ ଅର୍ଥପୁର୍ଣ୍ଣ ବିକାସ ନିମନ୍ତେ ମାର୍ଗ ପ୍ରଦର୍ଶନ ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ ବୋଲି କୁହାଯାଉଛି । ଅନୁଷ୍ଟିତ କର୍ମଶାଳାରେ ଅନ୍ୟାନ୍ୟଙ୍କ ମଧ୍ୟରେ ଚାନ୍ଦବାଲି ବିଡିଓ ଜ୍ୟୋତି ବିକାସ ଦାସ,ଚାନ୍ଦବାଲି ତହସିଲଦାର ଶୁଶାନ୍ତ କୁମାର ସୁତାର,ଧାମରା ସ୍ୱତନ୍ତ୍ର ଯୋଜନା ଅଧିକାରୀ ପ୍ରଶାନ୍ତ ପରିଡା,ସ୍କାଏଗୃପ ଟିମ ଲିଡର ରଂଜନ ଚଟୋପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.