ବାଲିଗୁଡା, ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ସଂକ୍ରମଣ ବିରୁଦ୍ଧରେ ଯୁଦ୍ଧ କରି ଅଞ୍ଚଳବାସୀଙ୍କୁ ରୋଗ ଦାଉରୁ ରକ୍ଷା ପାଇଁ ଦିନ ରାତି କାର୍ଯ୍ୟ କରୁଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ବଣ୍ଡଗୁଡା ପଞ୍ଚାୟତର ବାଳିକା ଗୋଷ୍ଠୀମାନେ ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କିଡ ଏବଂ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଜୟ ଦାସଙ୍କୁ ସମ୍ବର୍ଦ୍ଧନା ଜଣାଇବା ପରେ ସମଗ୍ର ପଞ୍ଚାୟତରେ ମାସ୍କ ବାଣ୍ଟିଥିଲେ, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୁଝାଇ ଥିଲେ। ଏହି ବାଳିକା ଗୋଷ୍ଠୀର ଟିମ ଲିଡର ମଧୁସ୍ମିତା ଦଳବେହେରା, ସସ୍ମିତା ନାଏକ, ସୁନିତା ସାହୁ, ଆରତୀ ନାଏକ, ସସ୍ମିତା ସାହୁ, ବଣ୍ଡଗୁଡା ପଞ୍ଚାୟତର ସରପଞ୍ଚ ସଂଗୀତା ନାଏକ ଏବଂ ସ୍ଵାତି ସଂଗଠନର ସ୍ୱେଚ୍ଛାସେବୀ ସସ୍ମିତା ବେହେରା ପ୍ରମୁଖ ଯୋଗ ଦେଇ ସଚେତନ କରିଥିଲେ।