Home Top News ବାଲେଶ୍ୱର ଯୁବତୀ ମୃର୍ମୂଷ ଅବସ୍ଥାରେ ଧାମରାରୁ ଉଦ୍ଧାର, ଅସଦାଚରଣ ଅଭିଯୋଗରେ ୩ ଗିରଫ

ବାଲେଶ୍ୱର ଯୁବତୀ ମୃର୍ମୂଷ ଅବସ୍ଥାରେ ଧାମରାରୁ ଉଦ୍ଧାର, ଅସଦାଚରଣ ଅଭିଯୋଗରେ ୩ ଗିରଫ

87

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଥାନା ଡିଆଇ ରୋଡ ନରସିଂହପ୍ରସାଦ ନିକଟରେ ଜଣେ ଯୁବତୀ ରାସ୍ତା କଡରେ ପଡିଥିବା ଓ ତା ପାଖରେ ୩ଜଣ ଯୁବକ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଧାମରା ଥାନାକୁ ଖବର ଦେଇଥିଲେ। ପେଟ୍ରୋଲିଙ୍ଗରେ ଥିବା ଧାମରା ଥାନା କର୍ମଚାରୀ ଯୁବତୀକୁ ଉଦ୍ଧାର କରି ଆଣିବା ସହିତ ପାଖରେ ଥିବା ୩ଜଣ ଯୁବକଙ୍କୁ ଧାମରା ଥାନାରେ ଆଣି ଅଟକ ରଖିଥିଲା। ଯୁବତୀ ଜଣକ ପିନ୍ଧିଥିବା କପଡା ବିଭିନ୍ନ ଜାଗାରେ ଚିରିଯାଇଥିବା ବେଳେ ମୁହଁ ଓ ବେକରେ ଫୁଲା ଦାଗ ଦେଖିବାକୁ ମିଳିଥିଲା ଆଜି ସକାଳେ ଗଣମାଧ୍ୟମ ପ୍ରତିନିଧି ଥାନାରେ ପହଁଚିବା ପର୍ଯ୍ୟନ୍ତ ସେମିତି ଯୁବତୀ ଜଣକ ମୁଣ୍ଡରେ ହାତ ଦେଇ ଏକ ଆଲମିରାକୁ ଆଉଜି ବସିଥିବା ଦେଖିବାକୁ ମିଳିଥିଲା। ନୂଆ ବସ୍ତ୍ର ଦିଆଯାଇ ନ ଥିବା ବେଳେ ଯେମିତି ଏକ ଧର୍ତ୍ୟବ ଅପରାଧ କରି ଯୁବତୀ ଜଣକ ଥାନାକୁ ଆସିଛି ପୋଲିସର ବ୍ୟବହାର ତାଙ୍କ ପ୍ରତି ସେଭଳି ଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ଯୁବତୀ ଜଣଙ୍କର ପରିଚୟ ବାଲେଶ୍ୱର ଟାଉନ ଥାନା ବାଲୁବଜାର ଅଂଚଳର ବୋଲି ଜାଣିବାକୁ ପାଇଥିଲା। ଯୁବତୀଙ୍କ ଏତଲା ଆଧାରରେ ପୋଲିସ ଧାମରା ଥାନା କେଶ ନଂ ୫୪/୨୨ମୂଳେ ୩ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିବ ବେଳେ ଯୁବତୀ ଜଣକୁ ସର୍ମ୍ପକୀୟ ବନ୍ଧୁ ହାତରେ ଧାମରାରୁ ଭଦ୍ରକ ଚିକିତ୍ସା ପାଇଁ ପଠାଇଛି। ଗିରଫ ହେଲେ ସ୍ଥାନୀୟ ସମିପାଟିଆ ଗ୍ରାମର ରବିନ୍ଦ୍ର ନାଥ ଜେନା, ପାଇକସାହି ଗ୍ରାମର ପାଗୁଲ ଦାସ ଓ ଚନ୍ଦନ ବେହେରା।

ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଭଦ୍ରକରେ ଭଡା ଘର ନେଇ ରୁହନ୍ତି ଗତକାଲି ରାତ୍ରରେ ସେ ଧାମରା ଅଂଚଳର ସର୍ମ୍ପକୀୟ ବନ୍ଧୁ ଗୌରାଙ୍ଗ ଦାସଙ୍କ ଘରକୁ ଚଗୁଲୁ ଦାସଙ୍କ ବାଇକରେ ଆସୁଥିବା ବେଳେ ନରସିଂହପ୍ରସାଦ ଗ୍ରାମ ଡିଆଇ ରୋଡ ନିକଟରେ ଏହି ୩ଜଣ ଯୁବକ ତାଙ୍କୁ ଚାପୁଡା ମାରିବା ସହିତ ଟଣା ଘୋସରା କରିଥିଲେ ଓ ସେ ତଳେ ପଡିଯାଇଥିଲେ।ପରେ ବନ୍ଧୁ ଗୌରାଙ୍ଗ ଦାସକୁ ଜଣାଇବାରୁ ସେ ଧାମରା ଥାନାକୁ ଖବର ଦେଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏଠି ପ୍ରଶ୍ନ ଉଠେ ପୋଲିସ ଯୁବତୀର ବାପା/ମା କୁ ଥାନାକୁ ଡକାଇଲେ ନାହିଁ କାହିକି ? ଯୁବତୀ ଜଣକ ବାଲେଶ୍ୱରରୁ ଏତେ ରାତିରେ ଜଣାଶୁଣା ବନ୍ଧୁ ଘରକୁ ଆସୁଥିବା ବେଳେ ଯୁବକମାନେ ଯଦି ଯୁବତୀକୁ ଟଣାଘୋଷରା କଲେ ତେବେ ଠିଆ ହୋଇ ରହିଥିଲେ କାହିଁକି ? ଏତଲାରେ ମତେ କୌଣସି ବଳାତ୍କାର କରାଯାଇନାହିଁ ବୋଲି ସେ ନିଜେ ଲେଖିଛନ୍ତି ନା ତାଙ୍କୁ କେହି ଚାପ ପକାଇ ଏହା ଲେଖାଇଛନ୍ତି ? ଘଟଣା ଘଟିବା ପରେ ସକାଳୁ ଦିନ ୩ଟା ପର୍ଯ୍ୟନ୍ତ ଥାନାରେ ମାଳ ମାଳ ନେତା ଘୁରି ବୁଲୁଥିଲେ। ଯେଉଁମାନେ ଯୁବତୀର ଚିହ୍ନା ପରିଚିତ ବନ୍ଧୁ କହୁଥିବା ବ୍ୟକ୍ତି ବିଶେଷ ଯୁବତୀର କେହି ରକ୍ତ ସର୍ମ୍ପକୀୟ ନୁହଁନ୍ତି କି ନିଜ ବନ୍ଧୁ ନୁହଁନ୍ତି। ବାଲେଶ୍ୱରରୁ ଏକୁଟିଆ ଆସିଥିବା ଯୁବତୀକୁ ବେସାହାରା ଭାବି ବଡ ଘଟଣାକୁ ଛୋଟ କରିଦେବା ପାଇଁ କେଉଁଠି ନା କେଉଁଠି ଚାପ ପକାଇଥିବା ଧାମରା ଅଂଚଳରେ ଜୋରଦାର ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ଧାମରା ଥାନା ଓଆଇସି କହିଛନ୍ତି ଯୁବତୀର ଏତଲା ଆଧାରରେ ପୋଲିସ କାର୍ଯ୍ୟ କରିଛି। ଯେଉଁ ମାନଙ୍କ ବିରୁଦ୍ଧରେ ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି ତାଙ୍କ ଗିରଫ କରାଯାଇ ତଦନ୍ତ ଚାଲିଛି। ଅନ୍ୟ କେହି ସଂପୃକ୍ତି ଆସିଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.