Home ଜିଲ୍ଲା ପରିକ୍ରମା ବାଲୁକା ଶିଳ୍ପୀ ଡଲିରାଣୀ ସାହୁ ସମ୍ବର୍ଦ୍ଧିତ

ବାଲୁକା ଶିଳ୍ପୀ ଡଲିରାଣୀ ସାହୁ ସମ୍ବର୍ଦ୍ଧିତ

18

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ପୁରି ଜିଲ୍ଲାର କୋଣାର୍କ ଠାରେ ୫ଦିନ ବ୍ୟାପି ଆର୍ନ୍ତଃଜାତୀକ ବାଲୁକାକଳା ମହୋତ୍ସବ ପାଳିତ ହୋଇଯାଇଛି । ଚନ୍ଦ୍ରଭାଗା ବେଳା ଭୂମିରେ ଏହି ମହୋତ୍ସବ ପାଳନ କରାଯାଇଥିବା ବେଳେ ଦେଶ ବିଦେଶରୁ ୧୧୫ଜଣ ବାଲୁକା ଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ମୋଟ୍ ୩୫ଟି ବାଲୁକା କଳାର ଷ୍ଟଲ୍ ପ୍ରଦର୍ଶିତ ହୋଇଥିବା ବେଳେ ପ୍ରତି ଗୃପ୍‌ରେ ୪ଜଣ ଲେଖାଏଁ ରହିଥିଲେ । ପ୍ରତ୍ୟେକ ଦିନ ଅଲଗା ଅଲଗା ବିଷୟ ବସ୍ତୁ ଉପରେ ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିଥିଲେ । ଯାହାକୁ ହଜାର ହଜାର ସଂଖ୍ୟାରେ ଆଗନ୍ତୁକ ଦେଖିଥିଲେ । ସେଥି ମଧ୍ୟରେ ଭଦ୍ରକ ଜିଲ୍ଲା ଆଗରପଡ଼ା ତ୍ରିସାଲିଆ ଗ୍ରାମର ଡଲିରାଣୀ ସାହୁ ଭାଗନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗର ବିଚାରକ ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡଲିରାଣୀଙ୍କୁ ପ୍ରମାଣପତ୍ର ଓ ୩୦ହଜାର ନଗଦ ଅର୍ଥରାଶି ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା । ତାଙ୍କର ଏହି କୃତିତ୍ୱ ପାଇଁ ଆଗରପଡ଼ା ଅଞ୍ଚଳବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଡଲିରାଣୀଙ୍କ ପିତା ପ୍ରଦୀପ କୁମାର ସାହୁ ମୂର୍ତ୍ତୀ କାରିଗର ହୋଇଥିବା ବେଳେ ମାତା ସୁଜଳା ରଣା ଜଣେ ସମାଜ ସେବୀ ତଥା ସୁଗୃହିଣୀ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.