Home ଓଡ଼ିଶା ବାଲି ମାଫିଆଙ୍କ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଶତାଧିକ ସାମ୍ବାଦିକମାନଙ୍କ ନେମାଳ ଥାନା ଘେରାଉ

ବାଲି ମାଫିଆଙ୍କ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଶତାଧିକ ସାମ୍ବାଦିକମାନଙ୍କ ନେମାଳ ଥାନା ଘେରାଉ

238

କଟକ, ୨/୦୮ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ନେମାଳ ଥାନା ପୋଲିସ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ ଯୋଗୁଁ ଜଣେ ବରିଷ୍ଠ ସାମ୍ବାଦିକ ମରଣାନ୍ତକ ଆକ୍ରମଣର ଶୀକାର ହେଲେ।

ଆହତ ସାମ୍ବାଦିକ ରତ୍ନାକର ବାରିକ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ।

ମୁଖ୍ୟ ଅଭିଯୁକ୍ତ କାହିଁକି ଗିରଫ କରାଯାଇନି ଏବଂ ପୀଡ଼ିତଙ୍କ ବିରୁଦ୍ଧରେ ପୋଲିସର ମିଥ୍ୟା ମାମଲା ରୁଜୁ ଘଟଣାକୁନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଶତାଧିକ ସାମ୍ବାଦିକ ଆଜି ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ଠାରୁ ଏକ ପଟୁଆରରେ ବାହାରି ନେମାଳ ଥାନା ଘେରାଉ କରିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ପୋଲିସର ସାମ୍ବାଦିକ ବିରୋଧି ମନୋଭାବକୁ ଦୃଢ ନିଂଦା କରାଯିବାସହ, ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନି ପ୍ରଣୟନ କରନ୍ତୁ ବୋଲି ବିଭିନ୍ନ ସାମ୍ବାଦିକ ସଂଗଠନର ନେତାମାନେ ଦାବି କରିଥିଲେ।

ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶାର କଟକ ଜିଲ୍ଲା ଶାଖା ଉପଦେଷ୍ଟା ଅଭୟ ଜେନାଙ୍କ ଅଧ୍ୟକ୍ଷତାରେ ନେମାଳ ଥାନା ସାମ୍ନାରେ ଆୟୋଜିତ ପ୍ରତିବାଦ ସଭାରେ ଏସୟୁଜେ ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏସୟୁଜେ କଟକ ଜିଲ୍ଲା ସଭାପତି ଅଖିଳେଶ ମହାନ୍ତି, ସାଧାରଣ ସଂପାଦକ ରମେଶ ପ୍ରଧାନ, ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ, ବରିଷ୍ଠ ସାମ୍ବାଦିକ ବଲ୍ଲଭ ଚରଣ ପଲେଇ, ଓଟିଭି ସାଲେପୁର ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଅଜିତ ସ୍ୱାଇଁ, ପ୍ରଶାନ୍ତ ମିଶ୍ର, ଅସିତ ସାମଲ, ଆଶୀଷ ପଣ୍ଡା, ସୁରେନ୍ଦ୍ର ରାଉତ, ବିନୟ ଦାଶ, ଦୀପକ ଦାସ, ବିନୟ ଦାସ, କ୍ଷମାନିଧି ପୂଜାରୀ, କିରଣ ଶଙ୍କର ନାୟକ, ଗୋବିନ୍ଦ ଦାସ, ମୀନକେତନ ଦାସ, ମାଧବାନନ୍ଦ ପାତ୍ର, ଅକ୍ଷୟ ଦାଶ, ମହେଶ୍ୱର ବେହେରା, ତୁଷାର ଜ୍ୟୋତି ନାୟକ ପ୍ରମୁଖ ବହୁ ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି କିଭଳି ଅସୁରକ୍ଷିତ ସେ ନେଇ କ୍ଷୋଭ ପ୍ରକାଶ କରିଥିଲେ।

ସାମ୍ବାଦିକ ମାନଙ୍କ ପକ୍ଷରୁ ଥାନା ଘେରାଉ ସୂଚନା ପାଇବା ପରେ ଜିଲ୍ଲା ପୋଲିସର ନିର୍ଦ୍ଦେଶ କ୍ରମେ ନେମାଳ ଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ଆଡିସିନ ଏସ୍ପି କଟକ, ଏସଡ଼ିପିଓ ସାଲେପୁର ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମ୍ବାଦିକ ସଂଗଠନର ନେତା ମାନଙ୍କ ସହିତ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ।

ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ଏବଂ ସାମ୍ବାଦିକ ରତ୍ନାକର ବାରିକଙ୍କ ବିରୁଦ୍ଧ ରେ ଦୟାର ମିଥ୍ୟା ମାମଲାର ନିରପେକ୍ଷ ତଦନ୍ତ ହେବବୋଲି ଅଡିସିନାଲ ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.