Home ଜିଲ୍ଲା ପରିକ୍ରମା ବାଲିପୋଖରୀ ଏସକେପ ପାଶ୍ୱର୍ରେ ଟେଞ୍ଚ ଖୋଳିଲେ ତହସିଲଦାର

ବାଲିପୋଖରୀ ଏସକେପ ପାଶ୍ୱର୍ରେ ଟେଞ୍ଚ ଖୋଳିଲେ ତହସିଲଦାର

70

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ବାଲିପୋଖରୀ ଏସକେପ ଉପରଦେଇ ନଦୀଶଯ୍ୟାରୁ ଚୋଣା ବାଲି ପରିବହନ ରୋକିବାକୁ ତହସିଲଦାର ସରୋଜକାନ୍ତ ନାୟକ ବୁଧବାର ଟ୍ରେଞ୍ଚ ଖୋଳିଥିବା ଜଣାଯାଇଛି । ଏହି ତହସିଲ ଅନ୍ତର୍ଗତ ବାଲିପୋଖରୀ ପାଶ୍ୱର୍ ବୈତରଣୀ ନଦୀ ଚୋରା ବାଲି ବେପାରୀଙ୍କ ପ୍ରମୁଖ ଉତ୍ସ ଭାବେ ଜଣାଶୁଣା କଥା । ନଦୀରୁ ନିର୍ମାଣାଧିନ ବନ୍ୟା ସମ୍ବେଦନଶୀଳ ଏସକେପ ଉପର ଦେଇ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଚୋରା ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ଗତ ସେପ୍ଟେମ୍ବର ମାସରେ ବାଲିପୋଖରୀ ଏସକେପ ଉପରେ ବାଲି ବୋଝେଇ ଚୋରା ବାଲି ପରିବହନକାରୀ ଟ୍ରାକ୍ଟରକୁ ଅଟକାଇବାକୁ ଯାଇ ଜଗନ୍ନାଥପ୍ରସାଦ ରାଜସ୍ୱ ନୀରିକ୍ଷକ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ । ଚୋରା ବାଲି ଟ୍ରାକ୍ଟର ଯାତାୟତକାରୀ ରାସ୍ତାକୁ ଅବରୋଧ କରିବା ପାଇଁ ତହସିଲଦାର ଶ୍ରୀ ନାୟକ ଜେସିବି ମେସିନ ସହାୟତାରେ ଟ୍ରେଞ୍ଚ ଖୋଳିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.