ବାଲିଗୁଡା, ୧୬/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନର ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ବଡ଼ ଧରଣର ବିରଳ ପକ୍ଷୀ ବୁଲୁଥିବାର ଦେଖିବାକୁ ମିଳିଥିଲା।
ଏହି ପକ୍ଷୀକୁ କୁକୁର ଗୋଡ଼ାଉ ଥିବା ବେଳେ ନିକଟରେ ଥିବା କିଛି ସ୍ଥାନୀୟ ଲୋକ ଯାଇ ପକ୍ଷୀକୁ ଉଦ୍ଧାର କରି ବାଲିଗୁଡ଼ା ବନ ବିଭାଗକୁ ହସ୍ତାନ୍ତର କରିଥିଲେ।