Home କନ୍ଧମାଳ ବାଲିଗୁଡ଼ା ପୋଲିସ୍ କୁ ବଡ଼ ସଫଳତା : ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ...

ବାଲିଗୁଡ଼ା ପୋଲିସ୍ କୁ ବଡ଼ ସଫଳତା : ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ

148

ବାଲିଗୁଡା, ୧୦/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ କୁ ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ମହାସିଙ୍ଗି ପଥପ୍ରାନ୍ତ ସେବା କେନ୍ଦ୍ର ନିକଟରେ ଚଢ଼ାଉ କରି ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ୍। ଘଟଣାରେ ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିବାସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ଟିମ୍ ସହ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ମହାସିଙ୍ଗି ପୁରୁଣା ସାହି ଦେଇ ଗୋଟିଏ ଟ୍ରାକ୍ଟର OD୧୨A ୩୪୩୪ କିଛି ସାମଗ୍ରୀ ଲୋଡ୍ କରି ପଲିଥିନ୍ ଢାଙ୍କି ଯାଉଥିଲା। ପୋଲିସ୍ କୁ ଦେଖି ଟ୍ରାକ୍ଟର ଟି କ-ନୂଆଗାଁ ଆଡ଼କୁ ଦୃତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲା, ଯାହାକି ଟ୍ରାକ୍ଟର ରେ କିଛି ଚୋରାଚାଲାଣ ହେଉଥିବା ସନ୍ଦେହ କରିଥିଲା ପୋଲିସ୍। ଟ୍ରାକ୍ଟର କୁ ପିଛା କରିବାପରେ ପଥପ୍ରାନ୍ତ ସେବା କେନ୍ଦ୍ର ନିକଟ ଜଙ୍ଗଲ ରାସ୍ତାରେ ଟ୍ରାକ୍ଟର କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ୍। ଟ୍ରାକ୍ଟର ରୁ ୧୫ଟି ଗଞେଇ ବସ୍ତା ଯାହାକି ତିନି କ୍ଵିଣ୍ଟାଲ ୮୩ କେଜି ୫୫୦ଗ୍ରାମ୍ (୩୮୩କେଜି ୫୫୦ଗ୍ରାମ୍) ଗଞ୍ଜେଇ ଜବତ କରିବାସହ ଡ୍ରାଇଭରକୁ ଗିରଫ କରିଛି ପୋଲିସ୍। ଗିରଫ ଡ୍ରାଇଭର ମହାସିଙ୍ଗି ପୁରୁଣା ସାହିର ସଞ୍ଜିବ ଖଟୁଆ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ପୋଲିସ୍ ପକ୍ଷରୁ ପ୍ରଚେଷ୍ଟା ଜାରିରହିଛି। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରୀ ରହିବ ଏବଂ ଚାଲାଣ କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.