Home ଜିଲ୍ଲା ପରିକ୍ରମା ବାରିକପୁର ବଜାର କମିଟି ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

ବାରିକପୁର ବଜାର କମିଟି ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

41

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବାରିକପୁର ବଜାର ବ୍ୟବସାୟୀ ସଂଘ ପକ୍ଷରୁ ବଜାର ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ଶୁକ୍ରବାର ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବଜାର କମିଟି ପୂର୍ବତନ ସଭାପତି ବିଶ୍ୱନାଥ ପଣ୍ଡା, ପ୍ରଭାକର ପାତ୍ର, ଦିଲ୍ଲିପ ମହାନ୍ତି, ପ୍ରଶାନ୍ତ କୁମାର ମହାକୁଳ, ଧର୍ମେନ୍ଦ୍ର ଆନ୍ଦିଆ, ଶୁଭମ ତ୍ରିପାଠୀ, କୃପାସିନ୍ଧୁ ମହାପାତ୍ର ପ୍ରମୁଖ ଶତାଧିକ ବ୍ୟବସାୟୀମାନେ ବାରିକପୁର ଠାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସାକ୍ଷାତ କରି ପ୍ରଶାସନ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ ଆଳରେ ୩ଶହରୁ ଅôଦକ ଦୋକାନ ଉଚ୍ଛେଦ କରାଯିବାକୁ ମାପଚୁପ କରାଯାଇ ଚିହ୍ନିତ କରାଯାଇଛି । ବର୍ଷ ବର୍ଷ ଧରି ବ୍ୟବସାୟୀମାନେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଉଚ୍ଛେଦ ହେବା ଜାଣି ଜୀବନଜୀବିକା ହରାଇବାକୁ ଯାଉଛନ୍ତି । ଏହା ଦ୍ୱାରା ଆଖପାଖ ୭ଟି ପଞ୍ଚାୟତର ଶହ ଶହ ପରିବାର ଅସୁବିଧାର ସମ୍ମୁଖିନ ହେବେ । ବାରିକପୁର-ବନ୍ତ ପୁର୍ତ୍ତରାସ୍ତା ଯେଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟୀମାନଙ୍କ ଜୀବନଜୀବିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅନୁଭବ କରି ବ୍ୟବସାୟୀମାନଙ୍କୁ ଥଇଥାନ କରାଯାଇ ଉଚ୍ଛେଦ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଶନିବାର ବଜାର କମିଟି ବୈଠକରେ ଯୋଗଦେଇ ଏ ସମ୍ପର୍କରେ ନିଷ୍ପତ୍ତି ସାମୁହିକ ଭାବେ ନେବେ ବୋଲି ବିଧାୟକ ଶ୍ରୀ ସାମଲ ବ୍ୟବସାୟୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.