Home ଜିଲ୍ଲା ପରିକ୍ରମା ବାରିକପୁର ପଂଚାୟତ ଡିଗ୍ରୀ କଲେଜରେ ଓଡିଆ ଭାଷା, ସଂସ୍କୃତି ଓ ସୃଜନୀ ଉତ୍ସବ ଉଦଯାପିତ

ବାରିକପୁର ପଂଚାୟତ ଡିଗ୍ରୀ କଲେଜରେ ଓଡିଆ ଭାଷା, ସଂସ୍କୃତି ଓ ସୃଜନୀ ଉତ୍ସବ ଉଦଯାପିତ

7

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାରିକପୁର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେଉରିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ଓଡିଆ ଭାଷା, ସଂସ୍କୃତି ଓ ସୃଜନୀ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ବାରିଷ୍ଠ ଅଧ୍ୟାପକ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟାପିତା ଅନୁମପା ତ୍ରିପାଠୀ, ନିଳମଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅଧ୍ୟାପକ ଅନାଦି ଚରଣ ସାହୁ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଅସ୍ମିତାର ପ୍ରତୀକ ଓଡିଆ ଭାଷା, ଜଗନ୍ନାଥ ସଂସ୍କୃତି ଓ ଓଡିଆ ଭାଷା ଆଧାରିତ ସୃଜନଶୀଳତାର ଉନ୍ମେଷ ଦିଗରେ ଏହି ଉତ୍ସବ ଉପଯୋଗୀ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଓଡିଆ ପ୍ରବନ୍ଧ, ହସ୍ତାକ୍ଷର ଲିଖନ, ବକ୍ତୃତା, କବିତା ପଠନ ଓ ଲିଖନ, ସାଧାରଣଜ୍ଞାନ, ଓଡିଆ ବ୍ୟାକରଣ ଦକ୍ଷତା, ଶ୍ରୀଜଗନ୍ନାଥ ସଂସ୍କୃତି ବିତର୍କ, ଭଜନ, ସଙ୍ଗୀତ ଓ ଲୋକନୃତ୍ୟ ଆଦି ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଭୟ ଦାସ, ବିଭୂତି ଭୂଷଣ ପଣ୍ଡା ଓ ଓଡିଶୀ ନୃତ୍ୟଶିଳ୍ପୀ ଦିବ୍ୟାଜ୍ୟୋତି ବିଶ୍ୱାଳ ବିଚାରକ ଭାବେ ପ୍ରତିଯୋଗୀତାର ମୂଲ୍ୟାୟନ କରିଥିଲେ । ଅଧ୍ୟାପକ ଉମାକାନ୍ତ ମହାଳିକ ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପକ ସୁରେଶ ଚନ୍ଦ୍ର ତ୍ରିପାଠର, ନାରାୟଣ ଚନ୍ଦ୍ର ସେଠୀଙ୍କ ସମେତ ମହାବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.