Home ଜିଲ୍ଲା ପରିକ୍ରମା ବାରିକପୁର ଡିଗ୍ରୀ କଲେଜରେ ଯୁବ ବିକାଶ କ୍ରୀଡାତ୍ସୋବ ଉଦଯାପିତ

ବାରିକପୁର ଡିଗ୍ରୀ କଲେଜରେ ଯୁବ ବିକାଶ କ୍ରୀଡାତ୍ସୋବ ଉଦଯାପିତ

43

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାରିକପୁର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ କ୍ରୀଡାତ୍ସୋବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହୁରିଆଙ୍କ ପୌରହିତ୍ୟରେ ତଥା ରାଜ୍ୟ କ୍ରୀଡା ଓ ଯୁବବ୍ୟପାର ବିଭାଗ ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କ୍ରୀଡାକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ମଦନ ମୋହନ ପଣ୍ଡା ଉଦଘାଟନ କରିଥିଲେ । କ୍ରୀଡାତ୍ସୋବ ନୋଡାଲ ଅଧିକାରିଣୀ ରିତାଞ୍ଜଳୀ ପାରମାଣିକ, କ୍ରୀଡା ବିଭାଗ ଅଧ୍ୟାପିକା ଅନୁପମା ତ୍ରିପାଠୀ, ନାରାୟଣ ଚନ୍ଦ୍ର ସେଠୀ, ସୁଧିର ମହାପାତ୍ର ଓ କ୍ରୀଡା ଶିକ୍ଷକ ବିଶ୍ୱରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବିଭିନ୍ନ ପର୍ଯ୍ୟାୟର ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ସଟପୁଟ, ଡିସକସ ଥ୍ରୋ, ଜାଭଲିନ ଥ୍ରୋ ସହ ଛାତ୍ରୀଙ୍କ ମ୍ୟିଜିକ ଚେୟାର ଆଦି ବିଭାଗରେ ମୋଟ ୧୧୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରମାନଙ୍କ ମଧ୍ୟରେ ଗୌରବ ନାୟକ ଓ ଛାତ୍ରୀମାନଙ୍କ ମଧ୍ୟରେ ପୁଜାରିଣୀ ଜେନା ଚାମ୍ପିଅନ ହୋଇଥିଲେ । ଉଦଯାପନୀ ଉତ୍ସବରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀକ୍ରୀଡାବିତ୍‌ଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଜଗଜ୍ଜୀବନ ବାରିକ, ହେମନ୍ତ ଜେନା, ରାଜେଶ ବାରିକ ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷାକର୍ମଚାରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.