Home ଓଡ଼ିଶା ବାରହା ହାବୁଡ଼ରେ ପଡ଼ି ୨ ଗୁରୁତର

ବାରହା ହାବୁଡ଼ରେ ପଡ଼ି ୨ ଗୁରୁତର

123

ଖୋର୍ଦ୍ଧା,୨୭/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଖୋର୍ଦ୍ଧା ଜିଲ୍ଲା ମଲିପୁର ପଞ୍ଚାୟତରେ  ବାରହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ଲକ୍ ମଲିପୁର ପଂଚାୟତ ନିଆଳି ଗ୍ରାମର ଶତ୍ରୁଘନ ନାୟକଙ୍କ ପୁଅ ବିଜୟ ନାୟକ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା । ତେବେ ଠିକ ସମୟରେ ବିଜୟଙ୍କ ଭିଣୋଇ ସେହି ଗ୍ରାମର ଯୋଗେଶ୍ଵର ପଲେଇ ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ବି ବାାରହା ଆକ୍ରମଣର ଶିକାର ହୋଇଥିଲେ । ଫଳରେ ବିଜୟଙ୍କ ନାକ, ହାତ, ଗୋଡ, କାନରେ  ଆଘାତ ଲାଗିଛି । ଉଭୟଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ବିଜୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.