Home ଜିଲ୍ଲା ପରିକ୍ରମା ବାରସର ପଞ୍ଚାୟତରେ ବିଜେଡିର ମହାମିଶ୍ରଣ ପର୍ବ, ଶତାଧିକ ପୁରୁଷ ଓ ମହିଳା କର୍ମୀ ବିଜେଡିରେ ସାମିଲ

ବାରସର ପଞ୍ଚାୟତରେ ବିଜେଡିର ମହାମିଶ୍ରଣ ପର୍ବ, ଶତାଧିକ ପୁରୁଷ ଓ ମହିଳା କର୍ମୀ ବିଜେଡିରେ ସାମିଲ

36

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ବାରସର ପଞ୍ଚାୟତ ଅଧୀନ କେଳାସାହି ଗ୍ରାମରେ ବିଜେଡିର ମହାମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ ସଭାପତି ବିପିନ ରାଉତଙ୍କ ପୌରୋହିତ୍ୟ ଓ ଯୁବ ସଭାପତି ନୀଳମଣି ମାଝୀଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଯୋଗ ଦେଇ ବାରସର ପଞ୍ଚାୟତ ସମେତ କେଳାସାହି ଗ୍ରାମର ସର୍ବାଙ୍ଗୀନ ବିକାଶ ଦିଗରେ ସେ ଗୁରୁତ୍ୱ ଦେବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଚାନ୍ଦବାଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ଜିଲାପରିଷଦ ସଭ୍ୟ ଅମୂଲ୍ୟ ମାଝୀ ଓ ପ୍ରିନ୍‌ସ ରାକେଶ ନାୟକ, ସମବାୟ ସମିତି ସଭାପତି ମାନସ ନାୟକ, ପୂର୍ବତନ ସରପଞ୍ଚ ମାନସ ସାହୁ, ବିଜେଡି ନେତା ହିମାଦ୍ରୀ ମିଶ୍ର, ପ୍ରଦୀପ ମିଶ୍ର, ନୃସିଂହ ମହାକୁଡ଼, ପ୍ରଫୁଲ୍ଲ ଦାସ, ଜିତେନ୍ଦ୍ର ପାଣି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଦୀନବନ୍ଧୁ ମହାକୁଡ଼, ଦେବେନ୍ଦ୍ର ମହାକୁଡ଼, ନୀଳକଣ୍ଠ ନାୟକ, ପ୍ରତାପ ଦାସ, ବିଶ୍ୱଜିତ ବାରିକ, ଗଣେଶ ବାରିକ, ସୁରେନ୍ଦ୍ର ବଳ, ସଦାନନ୍ଦ ବଳ, ନିରାକାର ମଳିକ, କୃଷ୍ଣ ଚନ୍ଦ୍ର ବାରିକ, ଶାନ୍ତନୁ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କେଳାସାହି ଗ୍ରାମର ଶତାଧିକ କର୍ମୀଙ୍କ ସମେତ ଅନ୍ୟ ଗ୍ରାମର ପୁରୁଷ ଓ ମହିଳା କର୍ମୀମାନେ ଅନ୍ୟଦଳ ଛାଡ଼ି ପଞ୍ଚାୟତ ସଭାପତି ବିପିନ ରାଉତଙ୍କ ସମେତ ନୃସିଂହ ମହାକୁଡ଼, ପ୍ରଦୀପ ମିଶ୍ର, ଦୀନବନ୍ଧୁ ମହାକୁଡ଼ଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଥିଲେ । ବିଧାୟକ ଡ. ରାୟଙ୍କ ଉପରେ ଆସ୍ଥା ପ୍ରକଟ କରି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଅନୁପ୍ରାଣିତ ହୋଇ ବିଜେଡିରେ ଏହି କର୍ମୀମାନେ ଯୋଗ ଦେଇଥିଲେ । କେଳାସାହି ଗ୍ରାମର ପ୍ରଶାନ୍ତ ଦାସ, ସର୍ବେଶ୍ୱର ଦାସ, ଅଜୟ ଦାସ, ରାଜେନ୍ଦ୍ର ଦାସ, ମଧୁସୂଦନ ଦାସ, ଯଦୁମଣି ଦାସ, କାଳନ୍ଦୀ ଦାସ, ବିକ୍ରମ ଦାସ, ଅଜୟ ଦାସ, କମଳାକାନ୍ତ ଦାସ, ପ୍ରଶାନ୍ତ ଦାସ, ମହେଶ୍ୱର ଦାସ, ସୁମଲତା ଦାସ, ତଳଦପା ଗ୍ରାମର ହରିହର ମଳିକ, ବିଟୁ ମଳିକ, କାର୍ତ୍ତିକ ମଳିକ, ଗୌରାଙ୍ଗ ମଳିକ, ବିକାଶ ଦାସ, ଚକରାସାହି ଗ୍ରାମର ମୁକ୍ତିକାନ୍ତ ନାୟକ, ମିଥୁନ ନାୟକ, କାଳନ୍ଦୀ ନାୟକ ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.