Home ଜିଲ୍ଲା ପରିକ୍ରମା ବାତ୍ୟା ‘ୟାଶ’ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତିରେ ବ୍ୟତିକ୍ରମ ପ୍ରତିବାଦ

ବାତ୍ୟା ‘ୟାଶ’ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତିରେ ବ୍ୟତିକ୍ରମ ପ୍ରତିବାଦ

49

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବାତ୍ୟା ‘ୟାଶ’ରେ କ୍ଷୟକ୍ଷତି ହୋଇଥିବା ପ୍ରକଳ୍ପଗୁଡିକର ତାଳିକା ପ୍ରସ୍ତୁତିରେ ବ୍ୟତିକ୍ରମ ହୋଇଥିବା ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ଆଜି ବିଡିଓଙ୍କ ନିକଟରେ ପ୍ରତିବାଦ କରିଛନ୍ତି । ବ୍ଲକ ପକ୍ଷରୁ ୬୪ଟି ସ୍କୁଲ, ୨୮ ଟି ପଞ୍ଚାୟ ବା କମ୍ୟୁନିଟି ସେଣ୍ଟର, ୪୨ଟି ଅଙ୍ଗନୱାଡି ଗୃହ, ୧୬ଟି ଗ୍ରାମ୍ୟ ରାସ୍ତା ସମେତ ମୋଟ ୨୯୪ଟି ପ୍ରକଳ୍ପ କ୍ଷତି ତାଲିକାଭୁକ୍ତ ହୋଇଛି । ମାତ୍ର ପଞ୍ଚାୟତ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଇ ତୃଟିପୂର୍ଣ୍ଣ ଭାବେ ଏହି କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ କରି ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ଜଗବନ୍ଧୁ ଦାସ, ମନୋଜ କୁମାର ନାୟକ, ସୁବାସ କାଣ୍ଡି, ବିଜୟ ସ୍ୱାଇଁ, ମଣିକାଞ୍ଜନ ସେନାପତି, କମଳକୁମାର ନନ୍ଦ, ନମିତା ପାତ୍ର, ଜୟନ୍ତୀ ବେହେରା, ସମିତି ସଭ୍ୟ ଖଗେଶ୍ୱର ଯେନା, ଝୁଲଣୀ ଭାରତୀ, ସବିତା ମହାପାତ୍ର ପ୍ରମୁଖ ବିଡିଓ ବିଜୟ କୁମାର ସାହୁଙ୍କ ିକଟରେ ଲିଖିତ ପ୍ରତିବାଦ କରିଥିଲେ । ବିଡିଓ ବାହ୍ୟ ଚାପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ବୋଲି ଆରୋପ କରିବା ସହ ତୁରନ୍ତ ଏହାକୁ ସୁଧାରିବାକୁ ଚରମବାଣୀ ଶୁଣାଇଛନ୍ତି । ଏହାକୁ ଗୁରୁତ୍ୱର ସହ ଅନୁଧ୍ୟାନ କରାଯାଇ ଉପଯୁକ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିôା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.