Home Top News ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ...

ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ କମିଟି ଗଠନ

74

ଭୁବନେଶ୍ୱର, ୨୫/୦୫ (ଓଡ଼ିଆ ପୁଅ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇ କ୍ରମଶଃ ଘନୀଭୂତ ହେଉଥିବା ବାତ୍ୟା ‘ୟଶ୍’ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ଦେଇ ଗତି କରିବ। ଏହା ଦ୍ୱାରା ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଗଂଜାମ ଜିଲ୍ଲା ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅବଗତ କରେଇଛି। ଏଥି ସହ ବାତ୍ୟା ପ୍ରବାହିତ ଅଂଚଳରେ ବହୁ ଧନଜୀବନ, ପଶୁସଂପଦ କ୍ଷୟକ୍ଷତି ମଧ୍ୟ ହେବ। ଗତ କାଲି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ପାର୍ଟୀ ତରଫରୁ ଏକ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ କମିଟି ଗଠନ କରିବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଥିଲେ। ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ମ୍ୟାନେଜମେଂଟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ୱୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ୫ ଜଣିଆ ‘ରାଜ୍ୟ କୋର୍ଡିନେସନ କମିଟି’ ଗଠନ କରିଛନ୍ତି। ପୂର୍ବତନ ରାଜସ୍ୱ ମନ୍ତ୍ରୀ ଓ ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ ଏହି କମିଟିର ରାଜ୍ୟ ସଂଯୋଜକ ହୋଇଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାଶ ସଦସ୍ୟ ଅଛନ୍ତି। ସେହିପରି ବାତ୍ୟା ପ୍ରଭାବିତ ୧୨ଟି ଜିଲ୍ଲାରେ ୩ ଜଣିଆ ‘ଜିଲ୍ଲା କୋର୍ଡିନେସନ କମିଟି’ ଗଠନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.