Home ଜିଲ୍ଲା ପରିକ୍ରମା ବାଇକ୍ ର୍ଦୁଘଟଣାରେ ୧ମୃତ ୨ ଗୁରୁତର

ବାଇକ୍ ର୍ଦୁଘଟଣାରେ ୧ମୃତ ୨ ଗୁରୁତର

9

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନରେ ଖଇରା ଥାନା ଅଧିନ ଶାଳଗଢିଆ ଠାରେ ଘଟିଥିବା ଏକ ବାଇକ୍ ର୍ଦୁଘଟଣାରେ ବନ୍ତ ବ୍ଲକ ମହାନ୍ତିପଡ଼ା ଗ୍ରାମର ଅକ୍ଷୟ ଦାସ(୩୯)ଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଗ୍ରାମର ସ୍ମୃତିରଞ୍ଜନ ସାହୁ ଓ ଭୀମ ଦେହୁରୀ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ,ମହାନ୍ତିପଡ଼ା ଗ୍ରାମର ବନ ଦାସଙ୍କ ପୁଅ ଅକ୍ଷୟ, ଘନଶ୍ୟାମ ସାହୁଙ୍କ ପୁଅ ସ୍ମୃତିରଞ୍ଜନ ଓ ନେତରା ଦେହୁରୀଙ୍କ ପୁଅ ଭୀମ ଆଜି ମଧ୍ୟାହ୍ନରେ ଏକ ବାଇକ୍ ଯୋଗେ କୁପାରିରୁ ନିଜ ଗ୍ରାମକୁ ଫେରୁଥିଲେ । ସାଳନ୍ଦୀ ବାମପାଶ୍ୱର୍ ମୁଖ୍ୟ କେନାଲ ରାସ୍ତାର ଶାଳଗଢିଆ ଠାରେ ଏକ ପୋଲକୁ ଧକ୍କା ଦେଇ ୩ଆରୋହୀ କେନାଲକୁ ଖସିପଡ଼ିଥିଲେ । ଘଟଣା ସ୍ଥଳରେ ଅକ୍ଷୟଙ୍କ ମୁହରେ ପ୍ରବଳ ଆଘାତ ଲାଗିଥିବା ବେଳେ ସେ ସେଠାରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ଆରୋହୀ ଦ୍ୱୟଙ୍କ ମୁଁହ ହାତରେ ଗଭୀର ଆଘାତ ଲାଗିଛି । ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଅକ୍ଷୟଙ୍କ ସ୍ତ୍ରୀ ଏଥି ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଦୁଇ ଝିଅ ପୁଅ ଏବେ ଅନାଥ ହୋଇଯାଇଛନ୍ତି । ଖବରପାଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଟଣି ବିଧାୟକ ସୁର ରାଉତରାୟ, କଂଗ୍ରେସ ନେତା ସୁବ୍ରତ ଦାସ, ପୂର୍ବତନ ସରପଞ୍ଚ ରବିନାରାୟଣ ମହାନ୍ତି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତକ ପରିବାରଙ୍କୁ ସମବେଦନା ଜଣାଇଥିବା ବେଳେ ଆହତଙ୍କୁ ଭେଟିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.