Home ଜିଲ୍ଲା ପରିକ୍ରମା ବାଇକ୍‌ରେ ଆସି ସୁନାଚେନ୍ ଝାମ୍ପିଲେ ଲୁଟେରା

ବାଇକ୍‌ରେ ଆସି ସୁନାଚେନ୍ ଝାମ୍ପିଲେ ଲୁଟେରା

60

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବେତଡା ବିଦ୍ୟାଳୟର ଶିକ୍ଷୟିତ୍ରୀ ରତ୍ନମଣି ଦାସ ଆଜି ଅପରାହ୍ନରେ ବିଦ୍ୟାଳୟରୁ ଫେରି ସ୍ଥାନୀୟ ସତସଙ୍ଗ ନିକଟରେ ଥିବା ଏକ ପାର୍ଲରକୁ ଯିବା ସମୟରେ ହଠାତ୍ ଓଡି-୨୨କ୍ୟୁ-୪୫୬୭ ନମ୍ବର ବିଶିଷ୍ଟ ଏକ ବାଇକ୍‌ରେ ଆସି ଦୁଇଜଣ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ପଳାଇଥିଲେ । ଏହାଦେଖି ରତ୍ନମଣି ଚିତ୍କାର କରି ଡାକିବା ପରେ ସ୍ଥାନୀୟ ଲୋକେ ଗୋଡାଇ ଗୋଡାଇ ଜଣେ ଲୁଟେରାକୁ ବାଇକ୍ ସହ କାବୁ କରି ପୁଲିସ୍‌ର ଜିମା ଦେଇଥିଲେ । ଅନ୍ୟ ଲୁଟେରା ଜଣକ ସୁନାଚେନ୍‌କୁ ନେଇ ଫେରାର ହୋଇଥିବାର ଜଣାପଡିଛି । ଏ ନେଇ ରତ୍ନମଣି ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପ୍ରାପ୍ତ ଖବର ମୂଳେ ଧରାପଡିଥିବା ଲୁଟେରା ଜଣକ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ଡଗରାସାହି ଗ୍ରାମର ଭଗବାନ ଦଳେଇଙ୍କ ପୁତ୍ର ଅନିରୁଦ୍ଧ ଓରଫ ବାପି ବୋଲି ଜଣାପଡିଛି । ବାସୁଦେବପୁର ପୁଲିସ୍ ଲୁଟେରା ଜଣକୁ ଅଟକ ରଖି ପଚରା ଉଚୁରା କରିବା ସହ ଏକ ମାମଲା ରୁଜୁ କରି ଖସି ପଳାଇଥିବା ଯୁବକ ଜଣକୁ ଧରିବାର ଉଦ୍ୟମ ଚଳାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.