Home ଜିଲ୍ଲା ପରିକ୍ରମା ବାଂଶଡା ହାଇସ୍କୁଲର ରୂପାନ୍ତରଣ କୋଠା ଚକମକ, ଶିକ୍ଷା ଶୂନ , ବିଦ୍ୟାଳୟରେ୨୧୫ ଛାତ୍ରଛାତ୍ରୀଙ୍କୁ ଏକ ଶିକ୍ଷକ,...

ବାଂଶଡା ହାଇସ୍କୁଲର ରୂପାନ୍ତରଣ କୋଠା ଚକମକ, ଶିକ୍ଷା ଶୂନ , ବିଦ୍ୟାଳୟରେ୨୧୫ ଛାତ୍ରଛାତ୍ରୀଙ୍କୁ ଏକ ଶିକ୍ଷକ, ଫେବୃଆରୀରେ ମେଟ୍ରିକ ପରୀକ୍ଷା

37

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ପଂଚାୟତରେ ଥିବା ହାଇସ୍କୁଲ ରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଜୀବନ କୁ ନେଇ ଶିକ୍ଷା ବିଭାଗ ଖେଳୁଛି ଖେଳ । ମେଟ୍ରିକ ପରୀକ୍ଷା ଆଉ ହାତଗଣତି ୫ ମାସ ବାକି ରହିଥିବା ବେଳେ ଏହି ବିଦ୍ୟାଳରେ ଅଧ୍ୟୟନ ରତ ୨୧୫ ଛାତ୍ରଛାତ୍ରୀ ଦୀର୍ଘ ୨ବର୍ଷ ହେବ କେବଳ ନିଜକୁ ନିଜେ ପାଠ ପଢି ଚାଲିଛନ୍ତି ।ସେମାନଙ୍କୁ ପାଠ ପଢାଇବାତ ଦୂରର କଥା ଗାଇଡ କରିବାକୁ କେହି ନଥିବା ବେଳେ ଏକ ମାତ୍ର ପ୍ରଧାନଶିକ୍ଷକ ସାହାଭରଷା । ତଥ୍ୟାନୁଯାୟୀ ୨୦୨୨ ମସିହାରେ ଏହି ବିଦ୍ୟାଳରୁ ଜଣିଏ ଶିକ୍ଷକ ଙ୍କୁ ଛାଡି ସମସ୍ତ ଶିକ୍ଷକ ଅବସର ନେଇଥିବା ବେଳେ ବର୍ତମାନ ପରିସ୍ଥିତିରେ ଏହି ବିଦ୍ୟାଳୟରେ ୮ମରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ୨୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ଭଳି ପରିସ୍ଥିତିରେ ଏହି ହାଇସ୍କୁଲକୁ ଏକ ମାତ୍ର ପ୍ରଧାନ ଶିକ୍ଷକ କିପରି ଚଳାଇବେ?ଗୋଟିଏ ପଟରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ନ କଲେ ପ୍ରଶାସନର ଭୟ ଅନ୍ୟ ପକ୍ଷରେ କିପରି ୨୧୫ଜଣ ଛାତ୍ରଛାତ୍ରୀଙ୍କୁ ପରିଚାଳନା କରାଯିବ ସେ ନେଇ ପ୍ରଶ୍ନବାଚୀ । ୮ମ ଶ୍ରେଣୀରେ ୬୩ଜଣ ଛାତ୍ରଛାତ୍ରୀ ଥିବା ବେଳେ ୯ମଶ୍ରେଣୀରେ ୬୭ ଏବଂ ୧୦ଶ୍ରେଣୀରେ ୮୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ । କୌଣସି ପରିସ୍ଥିତିରେ ଏହି ସମସ୍ତ ଛାତ୍ରଛାତ୍ରୀଙ୍କ(୩ଟି ଶ୍ରେଣୀ) ର ଦିନକୁ ଗୋଟିଏ ଗୋଟିଏ ପିରିୟଡ ପାଠ ପଢା ହୋଇ ପାରୁନଥିବା ବେଳେ କିପରି ୮୫ଜଣ ଛାତ୍ରଛାତ୍ରୀ ଆଉ ମାତ୍ର ୫ମାସ ପରେ ମେଟ୍ରିକ ପରୀକ୍ଷା ଦେବେ ତାହା ଅଂଚଳବାସୀ ଙ୍କୁ ଚିନ୍ତାରେ ପକାଇଛି ।

ଅନ୍ୟ ପକ୍ଷରେ ଗତ କିଛି ମାସ ତଳେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ଉନ୍ନତୀକରଣ ହୋଇଛି । ଏହି ଉନ୍ନତୀକରଣ ମାଧ୍ୟମରେ ବିଦ୍ୟାଳୟର ଭିତିଭୂମି ରୂପାନ୍ତରଣ ସହ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା ଇ ଲାଇବ୍ରେରୀ ,ଆଧୁନିକ ବିଜ୍ଞାନଗାର, ସ୍ମାର୍ଟ ଶ୍ରେଣୀଗୃହ ଆଦି ପିଲାମାନଙ୍କ ମଧ୍ୟରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିଥିବା ବେଳେ ୨୧୫ଜଣ ଛାତ୍ରଛାତୀଙ୍କୁ ନେଇ ଜଣେ ମାତ୍ର ଶିକ୍ଷକ ଏହା ଏକ ହାସ୍ୟାସ୍ପଦ ଏବଂ ବିକଳ ଚିତ୍ର ଯାହାକି ଜନମାନସରେ ଗଭୀର ଆଲୋଡନ ସୃଷ୍ଟି କରିଛି ।ସମସ୍ତ ଭିତିଭୂମି ଥିବା ବେଳେ ଶିକ୍ଷା ବିଭାଗ ଏହି ବିଦ୍ୟାଳୟରେ ନୂତନ ନିଯୁକ୍ତି ନଦେବା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ଏ ବାବଦରେ ସଂପୃକ୍ତ ପ୍ରଧାନ ଶିକ୍ଷକ ବହୁ ବାର ଜିଲ୍ଲା ଶିକ୍ଷାଧିକାରୀ ,ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ତାହାର ଫଳ କିଛି ମିଳି ନାହିଁ । ଅନ୍ୟ ପକ୍ଷରେ ବାଂଶଡା ପଂଚାୟତ ର ସରପଂଚ ପ୍ରଶାନ୍ତି ଦାସ ମଧ୍ୟ ଲିଖିତ ଭାବେ ୫ଟି ଶଚିବ ,କେନ୍ଦ୍ରାଂଚଳ ରାଜସ୍ୱ ଅୟୋଗ, ଭଦ୍ରକ ଜିଲ୍ଲାପାଳ ଏବଂ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ଉତର ଆସି ନାହିଁ କି କୌଣସି ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇ ନାହିଁ ।ଚାନ୍ଦବାଲି ବ୍ଲକ ବରିଷ୍ଠ ନେତା ଦିଗମ୍ବର ଦାସ ମଧ୍ୟ ଏ ନେଇ ସମସ୍ତ କର୍ତୁପକ୍ଷଙ୍କୁ ଜଣାଇଛନ୍ତି ମାତ୍ର ଶିକ୍ଷା ବିଭାଗର ଏଭଳି ଚିନ୍ତାହୀନ ନୀତି ପାଇଁ ସେ କେବଳ ପ୍ରଶାସନକୁ ଦାୟୀ କରିବା ସହ ଚଳିତ ମାସ ବାଂଶଡା ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆ ନଗଲେ ସେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି । କିପରି ଦୀର୍ଘ ୨ବର୍ଷ ମଧ୍ୟରେ ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଏହି ବିଦ୍ୟାଳୟ ପ୍ରତି ପାତର ଅନ୍ତର କରି ଚାଲିଛନ୍ତି ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟଛି ।ଅନ୍ୟ ପକ୍ଷରେ ଧାମରା ୮ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଧାମରା ବନ୍ଦର କର୍ତୁପକ୍ଷ(ଆଦାନୀ) ପ୍ରତିଶ୍ରୁତି ବଦ୍ଧ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷା ବିଭାଗ ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ମଧ୍ୟ ଅଂଚଳବାସୀ ପ୍ରଶ୍ନଉଠାଇଛନ୍ତି । ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.