Home ଜିଲ୍ଲା ପରିକ୍ରମା ବାଂଶଡା ପଂଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବାଂଶଡା ପଂଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

30

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ପଂଚାୟତରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଂଚାୟତର ସରପଂଚଙ୍କ ପ୍ରତିନିଧି ଦୀପକ ଦାସଙ୍କ ପୌରୋହିତ୍ୟରେ ପଂଚାୟତର ବହୁ ସ୍ୱେଚ୍ଛାସେବୀ ଆସି ପଂଚାୟତରେ ଥିବା ବାଂଶଡା ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ସମସ୍ତ ଅଳିଆ ଆବର୍ଜନାକୁ ହଟାଇବା ସହ ସଫେଇ କରିଥିଲେ । ପରେ ବାଂଶଡା ଥାନା ପରିସରରେ ଏହି ସଫେଇ କାର୍ଯ୍ୟକ୍ରମ କରିବା ସହ ପଂଚାୟତ ଅଫିସ ଏବଂ ବାଂଶଡା ପ୍ରାଥମିକ ବିଦ୍ୟାଳୟ ଏବଂ ହାଇସ୍କୁଲରେ ଏହି ସଫେଇ କାର୍ଯ୍ୟକ୍ରମ କରିଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପଂଚାୟତର ସମସ୍ତ ଜନସାଧାରଣଙ୍କୁ ନିଜ ପରିବେଶ ସଫା ରଖିବାକୁ ପ୍ରବର୍ତ୍ତାଇଥିଲେ । ଏହା ଫଳରେ ସାଧାରଣ ଜନତା ରୋଗ ଦାଉରୁ ରକ୍ଷା ପାଇବା ସହ ପରିବେଶକୁ ସଫା ରଖିବାର ମାନସିକତା ବଜାଇ ରଖିଲେ ଏହା ଏକ ସୁସ୍ଥ ବାତାବରଣ ନିର୍ମାଣ କରିବାରେ ସାହାଯ୍ୟ କରିବ ବୋଲି ମତ ରଖିଥିଲେ । ଆଜିର ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ବାଂଶଡା ପଂଚାୟତ ସମିତିସଭ୍ୟ ପ୍ରଫୁଲ ନାୟକ, ସରପଂଚଙ୍କ ପ୍ରତିନିଧି ଦୀପକ ଦାସ,ରାଜେଶ କୁମାର ପାତ୍ର, ବଳରାମ ନାୟକ, ଧିରେନ୍ଦ୍ର ସ୍ୱାଇଁ,ସଞ୍ଜୟ ସାହୁ, ସୁଶାନ୍ତ ବେହେରା,ନିତ୍ୟାନନ୍ଦ ବାରିକ, ମୃତ୍ୟୁଞ୍ଜୟ ମହାଳିକ, ପ୍ରତାପ ସାମଲ, ତ୍ରିଲୋଚନ ଦାସ, ଦେବକାନ୍ତ ରାଉତ, ରାଜେଶ ରାଉତ,ଲକ୍ଷ୍ମୀଧର ସାହୁ, ତାରାକାନ୍ତ ସାହୁ, ନବଘନ ଦାସ, ବସନ୍ତ ପାତ୍ର, ବିଜୟ ବେହେରା, କାଳନ୍ଦୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ ବୋଲି ସରପଂଚଙ୍କ ପ୍ରତିନିଧି ଦୀପକ ଦାସ ମତବ୍ୟକ୍ତ କରିଥିବା ବେଳେ ବାଂଶଡା ଥାନାଧିକାରୀ ଦେବରାଜ ଜେନା ଏବଂ ବାଂଶଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ଜୟଦେବ ଭଟାଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.