ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣରେ ବାଧକ ଥିବା ଜବରଦଖଲକାରୀ ମାନଙ୍କୁ ଆଜି ହଟାଯାଇଛି । ଏହି ରାସ୍ତାକୁ ରାସ୍ତା ଗୃହ ନିର୍ମାଣ ବିଭାଗ ନିର୍ମାଣ କରିବାକୁ ଟେଣ୍ଡର କରିସାରିଥିବା ବେଳେ ବହୁ ଜବରଦଖଲକାରୀ ଏହି ୧୦କି.ମି ବ୍ୟାପୀ ରାସ୍ତାକୁ ଅବରୋଧ କରି ରଖିଥିଲେ । ଏହା ଫଳରେ ଏହି ରାସ୍ତା ସଂପ୍ରସାରଣ କାର୍ଯ୍ୟ ବ୍ୟାଘାତ ହେଉଥିଲା । ଏହାକୁ ନେଇ ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଏହି ଜବରଦଖଲକାୀଙ୍କ ହଟାଇବା ପାଇଁ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ । ଆଜି ସକାଳ ୯ଟାରେ ଏହି ଜବରଦଖଲକାରୀ ମାନଙ୍କୁ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଇଦପୋଖରୀ, ମୁନିପଦା,ଜଳେଶ୍ୱରପୁର ଠାରେ ଥିବା ୪୦ରୁ ଅଧିକ ଦୋକାନୀ ଏବଂ ୧୦ରୁ ଅଧିକ ବାସଗୃହକାରୀ ଙ୍କୁ ସରକାରୀ ଜମିରୁ ହଟାଯାଇଛି । ଏହି ସଂପ୍ରସାରଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିବା ବେଳେ ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ, ବାଂଶଡା ଥାନା ଆଇ ଆଇ ସି ଶ୍ରୀ ବଲ୍ଲଭ ସାହୁ, ଚାନ୍ଦବାଲି ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ପ୍ରଧାନ,ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଅତିରିକ୍ତ ତହସିଲଦାର ଦିପ୍ତିରଞ୍ଜନ ଜେନା, ସୁପରଭାଇଜର ଦାଶରଥି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।