Home ଜିଲ୍ଲା ପରିକ୍ରମା ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

30

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଆଜି ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ ବାଂଶଡା ଥାନା ସଦାନନ୍ଦପୁର ଗ୍ରାମର ବାପୁ ଓରଫ ଦେବାଶିଷ ଜେନାଙ୍କ ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ହୋଇଛି । ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି । ତେବେ ଅଭିଯୁକ୍ତ ଶର୍ମିଷ୍ଠା, ତାର ସହଯୋଗୀ ଝୁନା ଭୋଇ ଏବଂ ଅନ୍ୟ ଦୁଇ ଅପରାଧୀ ଏବେ ଭଦ୍ରକ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବରେ ଅଟକ ଅଛନ୍ତି । ସେମାନଙ୍କୁ ବ୍ୟକ୍ତିଗତ ଭାବରେ କଡାସୁରକ୍ଷା ମଧ୍ୟରେ ଜେଲ୍‌ରୁ ଆଣି କୋର୍ଟରେ ହାଜର କରାଯାଇଥିଲା । ତେବେ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଦେବାଶିଷ ତାଙ୍କ ବୟାନରେ କହିଥିଲେ ଯେ ତାଙ୍କ ଅଂଚଳର ସମସ୍ତ ଭିଡିଓ ସୁଟିଂ କଲ ସେ ମାନସ ସ୍ୱାଇଁଙ୍କୁ ଦିଅନ୍ତି । ପଳାସପୁର ଗ୍ରାମର ବଳଭଦ୍ର ଭୋଳଙ୍କ କନ୍ୟା ବାହାଘର କଲ ମଧ୍ୟ ସେ ମାନସକୁ ଦେଇଥିଲେ । ମାନସ ୨୦୨୨ ମସିହା ଫେବୃୟାରୀ ୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରୁ ତାର ଜଣେ ସହଯୋଗୀ ସହ ଆସି ତାଙ୍କ ପାଖରେ ପହଞ୍ôଚଥିଲା । ତାକୁ ନେଇ ବଳଭଦ୍ର ଭୋଳ ଘରେ ସେ ୬ ତାରିଖ ସକାଳେ ଛାଡି ଆସିଥିଲା ଓ ୭ ତାରିଖ ତା ସ୍କୁଟିରେ ଉଭୟଙ୍କୁ ନେଇ ଫେରିଥିଲା ।

ପଳାସପୁର ମନ୍ଦିର ପାଖରେ ସ୍ୱାଧିକାର ନ୍ୟୁଜ୍ ଚେନାଲ ସାମ୍ବାଦିକ ଶରତ ପଣ୍ଡା ତାଙ୍କୁ ଅଟକାଇଲା ଓ ସେ ରହିବା ପରେ ତାଙ୍କ ପଛରେ ଥିବା ଓଡି-୦୨-୬୫୯୯ କାର୍ ଯେଉଁଥିରେ ପ୍ରେସ୍ ଲେଖାଥାଇ ଦୁଇ ଜଣ ପୁରୁଷ ଓ ଦୁଇଜଣ ମହିଳା ଆସି ମାନସକୁ ମୋବାଇଲ୍ କ୍ୟାମେରା ଓ ଚପ୍ ମାଗିଥିଲେ । ସେ ମନା କରିବାରୁ ସେମାନେ ତା ଗାଲକୁ ଦୁଇ ଚାପୁଡା ମାରି କାର ଭିତରକୁ ଘୋଷାରି ନେଇ ବସାଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଶର୍ମିଳା ଓ ଝୁନା ଭୋଇକୁ ସେ ଚିହ୍ନିଥିଲା । ମାତ୍ର ଜେଲ୍‌ରେ ଥିବା ରଂଜନ ବିଷୟରେ କିଛି କହିପାରିନଥିଲା । ପ୍ରକାଶଥାଉକି କ୍ରାଇମବ୍ରାଞ୍ଚ ତରଫରୁ ଯେଉଁ ଚିହ୍ନଟ ପ୍ରକ୍ରିୟା (ଟି.ଆଇ ପ୍ୟାରେଡ୍‌) ହୋଇଥିଲା । ସେତେବେଳେ ଶର୍ମିଷ୍ଠା, ତାର ସହଯୋଗୀ ଝୁନା ଓ ବିବେକକୁ ଚିହ୍ନିଥିଲା । ମାତ୍ର ବିବେକ ଗତ ତାରିଖରେ ନିଜର ଅସୁସ୍ଥତା ଦର୍ଶାଇ କୋର୍ଟରେ ହାଜର ହୋଇନଥିଲା । ତେବେ ତାର ମାଜିଷ୍ଟ୍ରେଟ୍ ଆଗରେ ଦେଇଥିବା ଫୌଜଦାରୀ କାର୍ଯ୍ୟବିଧି ଆଇନ୍‌ର ୧୬୪ ଦଫାର ବୟାନ କାଗଜପତ୍ର ଅପରପକ୍ଷ ଓକିଲ ପାଇନଥିବାରୁ ଗତ ତାରିଖରେ ତାକୁ ଅପରପକ୍ଷ ଓକିଲ ଜେରା ନକରି ତାକୁ ଜେରା ପାଇଁ ଆଜି ତାରିଖ ରଖାଯାଇଥିଲା । ଆଜି ଦିନ ତମାମ ଦେବାଶିଷକୁ ଅଭିଯୁକ୍ତ ମାନଙ୍କ ଓକିଲମାନେ ଗୋଡେଇ ଟୁଡେଇ ଅନେକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ସଠିକ୍ ଭାବରେ ସେ ପ୍ରଦାନ କରିଥିଲେ ବୋଲି ସରକାରୀ ଓକିଲ ପ୍ରଦୀପ୍ତ କୁମାର ସାମଲ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.