Home ଜିଲ୍ଲା ପରିକ୍ରମା ବହୁଜନ ସମାଜ ପାର୍ଟି ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀ

ବହୁଜନ ସମାଜ ପାର୍ଟି ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀ

42

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁଜନ ସମାଜ ପାର୍ଟି ଭଦ୍ରକ ଜିଲ୍ଲା କମିଟି ଆନୁକୂଲ୍ୟରେ ଭଣ୍ଡାରିପୋଖରୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ୨୨ ନଂ ଜିଲ୍ଲା ପରିଷଦ ଜୋନର ନେରଡ଼ା ଗ୍ରାମ ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଭଣ୍ଡାରିପୋଖରୀ ବିଧାନସଭା ସଭାପତି ଇଂ ଶିବ ସୁନ୍ଦର ଜେନାଙ୍କ ସଭାପତିତ୍ୱରେ ଭଦ୍ରକ ଜିଲ୍ଲା କମିଟିର ପରିଚାଳନା ସମ୍ପାଦକ ନିର୍ମଳ ଜେନା ଓ କୋଷାଧ୍ୟକ୍ଷ ପଞ୍ଚାନନ ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେବା ସଙ୍ଗେ ସଙ୍ଗେ ଭୁବନେଶ୍ୱର ସେକ୍ଟର କୋ-ଅର୍ଡିନେଟର ଓ ରାଜ୍ୟ ସାଧାରଣ ସମ୍ପାଦକ ଆଇନଜୀବୀ ଅର୍ଜୁନ ଚରଣ ମଲ୍ଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ୨୨ ନଂ ଜୋନ ଜିଲ୍ଳା ପରିଷଦର ନେରଡ଼ା, ବନ୍ଦାଳ, ମଢ଼ିଆଳି, ନାଆଁମି, ଝୁଟଣା, ସାନଶାସନ, ରାମଚନ୍ଦ୍ରପୁର ଆଦି ଗ୍ରାମ ପଞ୍ଚାୟତ ଗୁଡ଼ିକରୁ ସୁବାସ ଚନ୍ଦ୍ର ମଲିକ, ରମାକାନ୍ତ ଜେନା, ପ୍ରଦିପ ମଲ୍ଲିକ, ପ୍ରମିଳା ମଲ୍ଲିକ, ଝୁମାରାଣୀ ଜେନା, ଗୀତାରାଣୀ ମଲ୍ଲିକ, ସଂଯୁକ୍ତା ମହାନ୍ତି, ଦୀପ୍ତି ଜେନା, କଣ୍ଢେଇ ଜେନା, ପ୍ରାର୍ଥନୀ ଉର୍ବଶୀ ଜେନା, କୁଳମଣି ଜେନାଙ୍କ ସହ ବନ୍ଦାଳ-ମଢ଼ିଆଳି ଗ୍ରାମାବସୀ ଯୋଗ ଦେଇଥିଲେ । ଏହାଛଡ଼ା ୨୩ ନଂ ଜୋନର ଦକ୍ଷିଣବାଡ଼ ପଞ୍ଚାୟତରେ ସୁବାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବହୁକର୍ମୀ ବୈଠକରେ ଯୋଗ ଦେଇଥିଲେ । ଶେଷରେ ବାସୁଦେବପୁର ବିଧାନସଭା ୧୮ ନଂ ଜିଲ୍ଲା ପରିଷଦ ଜୋନ୍‌ର ମୁଖ୍ୟ କର୍ମୀ ଓ ଜିଲ୍ଲା ପରିଚାଳନା କମିଟିର ଅନ୍ୟତମ ସମ୍ପାଦକ ସୁରେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.