Home ଓଡ଼ିଶା ବସ-ଟ୍ରକ ମୁହାଁ ମୁହିଁ, ୧୫ ଆହତ

ବସ-ଟ୍ରକ ମୁହାଁ ମୁହିଁ, ୧୫ ଆହତ

134

କଟକ,୨୭/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଦୀପାବଳୀ ଭଳି ଦିନରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପଶୁପତି ଗଡା ଠାରେ ଏକ ଟ୍ରକ ସହ ବସ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।ତ ତେ ସୂଚନା ଅନୁସାରେ, ଏକ ମାଲ ବୋଝେଇ ଟ୍ରକ ହରିପୁରରୁ ଆସି କପିଳାସ ରୋଗ ଫାଟକ ପାରି ହୋଇ ଆସୁଥିବା ବେଳେ କଟକପଟୁ ଯାଉଥିବା ବସ ‘ଜେନା’କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଛି । ତେବେ ପରେ ଏହି ଖବର ପାଇ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.