Home ଜିଲ୍ଲା ପରିକ୍ରମା ବସ୍ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ

ବସ୍ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ

23

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବିବାହିତା ମହିଳାଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଗରପଡା ଥାନା ଅଧୀନସ୍ଥ ବିଶଲକଣା ଗ୍ରାମର କନକଲତା ଦାସ(୫୫) କୌଣସି ଏକ କାମରେ ଭଦ୍ରକ ଆସି ବନ୍ତଛକରେ ସକାଳ ପ୍ରାୟ ୬.୩୦ ମିନିଟ୍‌ରେ ଓହ୍ଲାଇଥିଲେ । ସେତେବେଳେ ଛକରେ ଆନନ୍ଦପୁର ଅଭିମୁଖେ ଯିବାକୁ ଥିବା ଏକ ବସ୍ ଷ୍ଟାଟ୍‌ରେ ରହିଥିବା ସମୟରେ କନକଲତା ଗାଡିଟିର ସମ୍ମୁଖ ଭାଗ ଦେଇ ଯିବା ସମୟରେ ଡ୍ରାଇଭରଟି ତାହା ଦେଖିନପାରି ଗାଡିଟିକୁ ଗଡାଇ ଦେଇଥିଲା । ଫଳରେ କନକଲତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.