ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବଳଦେବଜୀଉ ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ପ୍ରଧାନଶିକ୍ଷୟତ୍ରୀ ତଟିନୀ ସେଠୀଙ୍କ ପୌରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବିଜ୍ଞାନଶିକ୍ଷକ ଗୌରୀଶଙ୍କର ମିଶ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ମୋଟ ୩୦ଟି ବିଜ୍ଞାନ ଭିତ୍ତିକ ଉପାଦେୟ ପ୍ରକଳ୍ପ ପ୍ରଦର୍ଶିନ କରିଥିଲେ । ଏଥିରେ ମହୁରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ମୁଖ୍ୟଅତିଥି ଓ ବାଲିପୋଖରୀ ଶୁକଦେବଜେନା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭଗବାନ ପ୍ରଧାନ ମୁଖ୍ୟବକ୍ତା ଓ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ । ଶେଷ୍ଠ ବିବେଚିତ ୨ ଟି ପ୍ରକଳ୍ପକୁ ବ୍ଲକସ୍ତରରେ ପ୍ରଦର୍ଶନ ପାଇଁ ମନୋନୀତ କରାଯାଇଥିଲା । ସଂସ୍କୃତ ଶିକ୍ଷକ ଦାମୋଦର ଶତପଥି ଧନ୍ୟବାଦ ଦେଇଥିଲେ । ଶିକ୍ଷକ ଜ୍ଞାନରଞ୍ଜନ ନାୟକ, ଅମୂଲ୍ୟ କୁମାର ମଲ୍ଲିକ, ଶୁଭେନ୍ଦୁ କୁମାର ମଲ୍ଲିକ, କେଦାରସେନ ମଲ୍ଲିକ, ଶିକ୍ଷୟତ୍ରୀ ଦେବସ୍ମୀତା କର, ମୋନାଲିସା କର ଓ ଶିକ୍ଷାକର୍ମଚାରୀ ଶେଖ ଇମାମୁଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।