ବଲାଙ୍ଗିର, ୨୯-୦୭ (ଓଡ଼ିଆ ପୁଅ) ଜିଲ୍ଲାରେ ଆଜି ପୁଣି ନୂଆ ୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି।
ସେମାନଙ୍କ ମଧ୍ୟରୁ ୨୮୨ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୧୧୮ ଜଣ ସକ୍ରିୟ ଅଛନ୍ତି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୬୮ଜଣଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାର ୨୬ ଜଣ ପୋଜିଟିଭି ଥିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତ।