Home Coronavirus Outbreak ବଲାଙ୍ଗୀର ଜିଲ୍ଲାରୁ ୩୯ ଜଣ ନୂତନ କରୋନା ଅକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର ଜିଲ୍ଲାରୁ ୩୯ ଜଣ ନୂତନ କରୋନା ଅକ୍ରାନ୍ତ ଚିହ୍ନଟ

128

ବଲାଙ୍ଗୀର, ୧୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରୁ ଆଜି ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ବଲାଙ୍ଗିର ପୌରାଂଚଳରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ରେଲୱେ ଷ୍ଟେସନ୍ ରୋଡ଼୍‌ରୁ ୩, ସାଲେପାଲିରୁ ୨, ଶାନ୍ତିପଡ଼ାରୁ ୧, ମାଲପଡ଼ାରୁ ୧, ମସ୍‌ଜିଦ୍ ଛକ୍‌ରୁ ୧, ସୁଦ୍‌ପଡ଼ାରୁ ୩, ଟିକ୍ରାପଡ଼ାରୁ ୧, ଭିଜିଲାନ୍ସ ଅଫିସ୍‌ରୁ ୨, ରୁଗୁଡ଼ିପଡ଼ାରୁ ୧, ସାଗରପଡ଼ାରୁ ୧, ମହାଲକ୍ଷ୍ମୀନଗରରୁ ୧, ଚନ୍ଦ୍ରଶେଖରନଗରରୁ ୧, ରିଜର୍ଭ ପୋଲିସ୍‌ରୁ ୧ ପଜିଟିଭ୍ ବାହାରିଛନ୍ତି। ସେହିପରି ଗ୍ରାମାଂଚଳରୁ ପାଟଣାଗଡ଼ ଏନ୍‌ଏସି- ଲାଇନ୍‌ପଡ଼ାରୁ ୨, ଏନ୍‌ଏସି ଅଫିସ୍‌ରୁ ୪, ମେହେରପଡ଼ାରୁ ୩, ବଲାଙ୍ଗିର ବ୍ଲକ୍ ମନହୀରାରୁ ୧, ଲୋଇସିଂହାରୁ ୧, ପାଟଣାଗଡ଼ରୁ ୧ ଓ କେନ୍ଦୁମୁଣ୍ଡିରୁ ୧ ଏବଂ ପାଢେ଼ଲରୁ ୧, ପୁଇଁନ୍ତଲା ବ୍ଲକ୍ ପଡ଼ିଆବାହାଲରୁ ୧, ସଇଁନ୍ତଲା ବ୍ଲକ୍ ଘୁନ୍‌ସରରୁ ୧ ଚିହ୍ନଟ ହୋଇଛନ୍ତି। ଆଜି ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା କୋଭିଡ଼୍ ଯୋଦ୍ଧା ମଧ୍ୟ ସଂକ୍ରମଣର ଶିକାର ହୋଇଥିବା କୁହାଯାଇଛି। ଆଜି ଯାଏଁ ବଲାଙ୍ଗିର ଜିଲ୍ଲାରେ ୩୧୦୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୪୪ ଜଣ ଏକ୍‌ଟିଭ୍ ଅଛନ୍ତି। ୨୦୪୯ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.