Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ, ସ୍ୱର୍ଗଦ୍ୱାରରେ ଜଳିଲା ଜୁଇ

ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ, ସ୍ୱର୍ଗଦ୍ୱାରରେ ଜଳିଲା ଜୁଇ

43

ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ବରିଷ୍ଠ ସାମ୍ବାଦିକ ତଥା ଭଦ୍ରକର ବହୁ ପୁରାତନ ସଂଗୀତ ଅନୁଷ୍ଠାନ ମନମୋହନ ସଂଗୀତ ପରିଷଦର ସଂପାଦକ ଭଜଗୋବିନ୍ଦ ଜେନା (୭୮) ଙ୍କର ଆଜି ଦେହାନ୍ତ ହୋଇଛି । ତାଙ୍କର ଏହି ମୃତ୍ୟୁ ଖବର ପ୍ରଚାରିତ ହେବାରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ଅପର୍ତ୍ତବିନ୍ଧାସ୍ଥିତ ନ୍ୟୁ କଲୋନୀରେ ଥିବା ବାସଭବନ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ୍ୟୁଖବର ପାଇ ଶ୍ରୀ ଜେନାଙ୍କ ଭଣଜା ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ତାଙ୍କ ବାସଭବନରେ ପହଞ୍ôଚ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ମାମୁଁଘର ପରିବାରକୁ ଶାନ୍ତ୍ୱନା ଦେଇଥିଲେ । ପରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଂଜୁଲତା ମଣ୍ଡଳ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବି, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭାଜପା ଜିଲା ସଭାପତି ହେମନ୍ତ ପାଢୀ, ବିଜେପି ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ଶ୍ରୀହର୍ଷ ସ୍ୱାଇଁ, ବ୍ୟୋମକେଶ ସେନାପତି, ସ୍ଥାନୀୟ ପୂର୍ବତନ କାଉନସିଲର ପ୍ରଣୟ ଦାସ, ଭଦ୍ରକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ବିଜେଡି ଯୁବନେତା ମୁକୁନ୍ଦଦେବ ସାମଲ, ରାକେଶ ପଣ୍ଡାଙ୍କ ସମେତ ଭଦ୍ରକ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ, ପଙ୍କଜ ବଳ, ଡାକ୍ତର ହରେକୃଷ୍ଣ ନାୟକ, ଗାନ୍ଧି ବିଚାର ମଂଚର ଦୁଇ ପ୍ରମୁଖ ସୁଧାକର ରାଉତ ଓ ଶାନ୍ତନୁ ରାଉତ, ସୁରଜିତ ନାୟକ, ଅତିଶ ବେହେରା ପ୍ରମୁଖ ଶ୍ରୀ ଜେନାଙ୍କ ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

ପରେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସହ ଜିଲାର ସାମ୍ବାଦିକମାନେ ଅନ୍ତିମ ଦର୍ଶନ ପାଇଁ ବାସଭବନରେ ଭିଡ ଜମାଇଥିଲେ । ସାମ୍ବାଦିକ ପ୍ରମୋଦ ରାୟ, ରବିନାରାୟଣ ଖିଲାର, ଡ. ହରିହର ନାୟକ, ଅମର ନାୟକ, ଅଶୋକ ନାୟକ, ପ୍ରିୟଦର୍ଶନୀ ବୋଇତି, ରାଜେନ୍ଦ୍ର କୁମାର ଜେନା, ଗୌରହରି ନାୟକ, ଜ୍ଞାନ ପ୍ରକାଶ ପାଣି, ପ୍ରତାପ ଦାସ, ନିହାର ଦାସ, ନନ୍ଦଦୁଲାଲ ଦାସ, ତପନ ମିଶ୍ର, ଉମାକଲ୍ୟାଣ ମହାପାତ୍ର, ରୂପକ ରାୟ, ଅପୂର୍ବ ବେହେରା, ଚାରୁଦତ୍ତ ନାୟକ, ସ୍ମୃତିରଂଜନ ସାହୁ, ଶଶିଭୂଷଣ ସ୍ୱାମୀ, ସତ୍ୟଭୂଷଣ ସ୍ୱାମୀ, ପାର୍ଥସାରଥୀ ନାୟକ, ନରେନ୍ଦ୍ର ସାମଲ, ତପନ ସ୍ୱାଇଁ, ଶିବାନନ୍ଦ ଦାସ, ଦୀପ୍ତିରଂଜନ ସାହୁ, ଅବିନାଶ ପଣ୍ଡା, ରାଜେଶ ଦାସ, ସଂଜୀବ ନାୟକଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀ ଜେନା ଜଣେ ନିର୍ଭିକ ସାମ୍ବାଦିକ ଥିଲେ । ମୃତ୍ୟୁର ପାଖାପାଖି ଦୁଇମାସ ପୂର୍ବରୁ ‘ନିର୍ଭୟ’କୁ ଖବର ପଠାଉଥିଲେ । ହଠାତ୍ ଶାରୀରିକ ଅସୁସ୍ଥା କାରଣରୁ ସେ ଘରେ ଚିକିତ୍ସାଧୀନ ଥିଲେ । ସେ ରାଜ୍ୟର ବହୁ ପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ଉପଦେଷ୍ଟା ଥିଲେ । ସେ ପ୍ରଥମେ ‘ପ୍ରଗତିବାଦୀ’ ଖବର କାଗଜରୁ ସାମ୍ବାଦିକତା ଆରମ୍ଭ କରି ପରେ ସମ୍ବାଦ, ସୂର୍ଯ୍ୟପ୍ରଭା ଓ ନିର୍ଭୟ ଖବର କାଗଜରେ କାମ କରିଆସୁଥିଲେ । ଏହାବ୍ୟତୀତ ଜିଲାର ବହୁ ପୁରାତନ ମନମୋହନ ସଂଗୀତ ପରିଷଦର ଦୀର୍ଘବର୍ଷ ଧରି ସଂପାଦକ ଭାବେ ଦାୟିତ୍ୱ ତୁଲାଇ ସଂଗୀତ ପରିଷଦକୁ ଆଗେଇ ନେଇଥିଲେ ।

ବିଶେଷକରି ସାମ୍ବାଦିକତା କ୍ଷେତ୍ରରେ ନିର୍ଭିକତା ଓ ନିରପେକ୍ଷତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ପରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିକ୍ଷାବିତ, ପରିବାର ବର୍ଗ ଓ ସାମ୍ବାଦିକଙ୍କ ଗହଣରେ ନଗର ସଂକୀର୍ତ୍ତନ ସହ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ମନମୋହନ ସଂଗୀତ ପରିଷଦ ଓ ସହୀଦ ସ୍ମୃତି ଭବନ ଠାରେ ଥିବା ପୁରୁଣା ପ୍ରେସ୍ କ୍ଲବ୍ ପରିସରକୁ ନିଆଯାଇଥିଲା । ତାଙ୍କ ମୃତ୍ୟୁରେ ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଜିଲା ଜଣେ ନିର୍ଭିକ ସାମ୍ବାଦିକକୁ ହରାଇଲା ବୋଲି ଏକ ଶୋକବାର୍ତ୍ତାରେ ଜଣାଇଛନ୍ତି । ସେହିପରି ବିଜେଡି ଯୁବନେତା ଅସିତ୍ ପଟ୍ଟନାୟକ ମଧ୍ୟ ଶ୍ରୀ ଜେନାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ପୁରୀ ସ୍ୱର୍ଗଦାରରେ ସଂପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.