ହାଟଡିହି-୪ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ବରିଷ୍ଠ ଆଇନିଜିବୀ ତଥା ସମାଜସେବୀ ସ୍ୱର୍ଗତ ପଦ୍ମନାଭ ପଟ୍ଟନାୟକଙ୍କ ତିରୋଧରାନ ଦିବସ ପାଳିତ ହୋଇଯାଇଛି । ବାର ଆସୋସିଏସନ ପରିସରରେ ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଉପସଭାପତି ସଚିତ୍ରାନନ୍ଦ ପଟ୍ଟନାୟକ, ସମ୍ପାଦକ ରବିନ୍ଦ୍ର କୁମାର ସାହୁ, ସହ ସମ୍ପାଦକ ଆତୁଳ ଚରଣ ନାୟକ, କୋଷାଧ୍ୟକ୍ଷ ରଶ୍ମୀରଞ୍ଜନ ବଳ, କାର୍ୟ୍ୟକାରୀ ସଦସ୍ୟ ତ୍ରୀଲୋଚନ ତ୍ରିପାଠୀ, ଜୁମର ସିଂ ମହାନ୍ତି, କହ୍ନେଇ ଚରଣ ସାହୁ, ବରିଷ୍ଠ ଆଇନିଜିବୀ ଚିତ୍ତରଞ୍ଜନ ଦାଶ, ବ୍ରଜବନ୍ଧୁ ସାହୁ, ରାମଚନ୍ଦ୍ର ପାତ୍ର, ମହେନ୍ଦ୍ର କୁମାର ରାମ, ହରିହର ମିଶ୍ର, ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଦ୍ମନାଭ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର କର୍ମମୟ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ ।








