ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟର ବୟୋଜ୍ୟେଷ୍ଠ ଅଧୀବକ୍ତା ତଥା ଭଦ୍ରକ ମାଟିର ସାହିତ୍ୟ, ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଗୋଲକ ପ୍ରସାଦ ରାୟଙ୍କ ଦେହାନ୍ତରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ରାୟଙ୍କ ମୃତ୍ୟୁ ଖବର ପାଇ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି, ବାସୁଦେବପୁର ନେତା ଅଶୋକ ଦାସ, ଚାନ୍ଦବାଲି ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଯେନା ଅନ୍ୟାନ୍ୟ ନେତୃମଣ୍ଡଳୀ ସହ ତାଙ୍କ ମରଶରୀରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧା ନିବେଦନ ପୂର୍ବକ ଆତ୍ମାର ସଦ୍ଗତି କାମନା କରିଥିଲେ । ଭଦ୍ରକ ମାଟି ଜଣେ ବିଜ୍ଞ, ଗୁଣୀ, ଆଇନଜ୍ଞଙ୍କୁ ହରାଇଲା ବୋଲି ସଭାପତି ଶ୍ରୀଯୁକ୍ତ ଦାସ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଥିଲେ ।